ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନା କର୍ମଶାଳା

0 7,918

ଡେଲାଙ୍ଗ ୪/୩(ଏସଏସନିୟୁଜ) ଓଡିଶା ରାଜ୍ୟ ସମବାୟ ୟୁନିୟନ ,ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାଯ୍ୟକ୍ରମ ଡେଲାଙ୍ଗସ୍ଥିତ ଘୋରଡିଆ ସମବାୟସମିତି ବାରବାଟିଠାରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥିଭାବେ ସମବାୟସମିତି ଉପ-ନିବନ୍ଧକ ପ୍ରଶାନ୍ତକୁମାରଦାସ ପ୍ରଦୀପପ୍ରଜ୍ୱଳନ କରି ଏହାର ଶୁଭ ଉଦଘାଟନ କରିଥିଲେ ।

ରାଜ୍ୟସରକାର ଚାଷୀମାନଙ୍କପାଇଁ ପ୍ରଣୟନ କରୁଥିବା ଯୋଜନା ସର୍ମ୍ପକରେ ମତ ରଖିଥିଲେ । ସମବାୟସମିତି ଦ୍ୱାରା ଚାଷୀମାନଙ୍କୁ ଲଗାଣ ଓ ରୁଣ ଆଦାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସମବାୟ ସହକାରୀ ସମ୍ପାଦକ ବ୍ରହ୍ମାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସମବାୟ ୟୁନିୟନ ପରିଚାଳନା ମଣ୍ଡଳସଭ୍ୟ ତଥା ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ,ଏରିଆ ଅଫିସର ସତ୍ୟଶଙ୍କର ମହାନ୍ତି,ରାଜ୍ୟସମବାୟତିଲିମ ଅଧିକାରୀ ବିପିନଚନ୍ଦ୍ରଦାଶ,ସୁପରଭାଇଜର ପ୍ରଫୁଲକୁମାରସ୍ୱାଇଁ ପ୍ରମୁଖ ଯୋଗଦେଇ ମହିଳା ଶସକ୍ତିକରଣ,ସମବାୟସମିତିସଭ୍ୟମାନଙ୍କର ସୁବିଧା ଓ ସେମାନଙ୍କର ଅଧିକାର ସର୍ମ୍ପକରେ ମତ ରଖିବା ସହ ଯୋଗଦେଇଥିବା ସଭ୍ୟମାନଙ୍କୁ ସଚେତନ କରିଥିଲେ । ସମବାୟସମିତିର ସମ୍ପାଦକ ଦିପକକୁମାରପରିଡା,ବଙ୍ଗୁ ରାଉତରାୟ,ରବିନାରାୟଣ ସାମନ୍ତରାୟ,ବିଜୟକୁମାର ବିଶ୍ୱାଳପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.