ଧାନକେରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0 2,167

ଡେଲାଙ୍ଗ, ୨୯ା୯ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ୍‌ର ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ପରିଚିତ ଧାନକେରା ପଞ୍ଚାୟତ । ଗତ ବନ୍ୟାରେ ଧାନକେରା ଚଣ୍ଡିଛକ କଲ୍‌ଭର୍ଟ ପାଶ୍ୱର୍ରେ ଘାଇ ହୋଇ ଧାନକେରା ପଞ୍ଚାୟତର ମଝିପଡ଼ା, ପାଞ୍ଚପଣ, ଏଗାରପଣ, ହଳଦିଗୋରଡ଼ା ଓ ନଈକୂଳପାଟଣା ଆଦି ଗ୍ରାମ ସହ ଅଭୟମୁଖୀ ପଞ୍ଚାୟତର ଇନ୍ଦିପୁର, ନଡ଼ାଖଣ୍ଡ ଆଦି ଗ୍ରାମ ଜଳମଗ୍ନ ହୋଇଥିଲା । ଗ୍ରାମର ଦାଣ୍ଡ ଓ ବାଡ଼ିପାଶ୍ୱର୍ ଜଳାର୍ଣ୍ଣବ ହୋଇ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା । ୨୦୧୧ ମସିହାଠାରୁ ବନ୍ୟାରେ ଏହି ଛକଠାରେ ଘାଇ ହୋଇ ଯାତାୟତ ବିଛିନ୍ନ ହୋଇଥିଲା । ଏଠାରେ ଡ୍ରେନେଜ୍‌ର ଜଳଧାରଣ ଶଯ୍ୟା ୧୦୦ ଫୁଟ ରହିଥିଲା ବେଳେ ୧୫ ଫୁଟର କଲଭର୍ଟ ରହିଛି । ଦୁଇ ପାଶ୍ୱର୍ରେ ଅବଶିଷ୍ଟ ୮୫ ଫୁଟ କଂକ୍ରିଟ୍ ଗାର୍ଡ଼ ୱାଲ କରାଯିବାକୁ ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରିଥିବା ଗ୍ରାମ ଉନ୍ନୟନ ବିଭାଗ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ । ଦୁଇ ପାଶ୍ୱର୍ରେ ମାଟି ପକାଇ କାମଚଳା ଯାତାୟତ ବ୍ୟବସ୍ଥା ହୋଇଥିଲା । ଲୁଣା ନଦୀରେ ବନ୍ୟାଜଳ ପ୍ରବାହ ଯୋଗୁଁ ଏହି ଡ୍ରେନେଜ୍‌ରେ ଥିବା ସେତୁ ପାଶ୍ୱର୍ ଆଡ଼ି ବନ୍ଧରେ ଘାଇ ହୋଇଥିଲା । ଏଥିପାଇଁ ଗ୍ରାମବାସୀ ସରକାରଙ୍କୁ ଦାୟୀ କରି ଏହାର ସ୍ଥାୟୀ ପ୍ରତିକାର, ରିଲିଫ୍ ଓ ଖରିଫ୍ ଧାନ ଫସଲ କ୍ଷତିପୂରଣ ପ୍ରଦାନ ପାଇଁ ଶତାଧିକ ଗ୍ରାମବାସୀ ଧାନକେରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗ୍ରାମବାସୀମାନେ ଡେଲାଙ୍ଗ ବିଡିଓଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବା ଯୋଗୁଁ ଗ୍ରାମବାସୀ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ସଭାପତି ଶ୍ରୀ ବରାଳ ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ ଧାରଣା ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ରିଲିଫ୍ ବ୍ୟତିତ ଅନ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ।

Leave A Reply

Your email address will not be published.