ଆଜିର ରାଶିଫଳ

୮-୨-୨୦୨୨((ମଙ୍ଗଳବାର)

0 249

ଭିଷ୍ମାଷ୍ଟମୀ, ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ରାତ୍ରି ଘ୧୦।୭ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୪।୪୯ ଗତେ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ । ଭୀଷ୍ଣାଷ୍ଟମୀ ଶ୍ରାଦ୍ଧ ।
ମେଷ:-ଆପଣଙ୍କ ପରିଶ୍ରମର ସୁବର୍ଣ୍ଣ ଫଳ ମିଳିବ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ପରିବେଶ ରହିବ।
ବୃଷ:-ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଆୟ ପାଇଁ ନୂତନ ଉତ୍ସର ସନ୍ଧାନ ମିଳିବ। ରାଜନୀତଜ୍ଞଙ୍କ ଲାଗି ଦିନଟି ଭଲ।
ମିଥୁନ:-କଳା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ନୂଆ ଯୋଜନା କରିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।
ସି˚ହ:-ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଯଥେଷ୍ଟ ସଫଳତା ପାଇବେ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିପାରେ।
କନ୍ୟା:-ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ହେତୁ ଭାବ ବିନିମୟ ସୁଗମ ହେବ। ବ୍ୟବସାୟ ବିସ୍ତାରର ଯୋଗ ରହିଛି।
ତୁଳା:-ପ୍ରତିଟି ପରିସ୍ଥିତି ଲାଗି ନିଜକୁ ପ୍ରସ୍ତୁତ ରଖିବେ। ଖୁସି ଖବର ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ବିଛା:-ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଚାକିରି ବୃତ୍ତିରେ ଉନ୍ନତି ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଧନୁ:-ଅଫିସ ଦାୟିତ୍ବ ସମ୍ପାଦନ ନେଇ ସନ୍ତୁଷ୍ଟ ରହିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇପାରେ। ଘରକୁ ଅତିଥି ଆସିବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
ମକର:-ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।
କୁମ୍ଭ:-ମଧୁର ବ୍ୟବହାରରେ ବଳରେ ସବୁ କାମ ପୂରା କରିନେବେ। ଅଭିନୟ କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଚାକିରିଜୀବୀଙ୍କର ପଦୋନ୍ନତିର ମାର୍ଗ ଖୋଲିବ।

ମୀନ:-ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ତ୍ବରିତ ପଦକ୍ଷେପ ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

Leave A Reply

Your email address will not be published.