ଗାଁରେ ଫୁଟିଲା ଗୁଳି

0 181

ବଲାଙ୍ଗିର,୭/୨(ଏସଏସନିଉଜ)ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଫୁଟିଛି ଗୁଳି ।ରବିବାର ବିଳମ୍ବିତ ରାତ୍ରିରେ ମୁଖା ପିନ୍ଧା ଲୋକେ ସନ୍ତୋଷ ସାହୁ ନାମକ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ ।ସୈାଭାଗ୍ୟବଶତ ସନ୍ତୋଷ ତଳେ ଶୋଇ ପଡିବାରୁ ଗୁଳିମାଡରୁ ବଂଚି ଯାଇଥିଲେ । ରବିବାର ବିଳମ୍ବିତ ରାତିରେ ବୈଦିପାଲି ସ୍ଥିତ ତାଙ୍କ ଘରେ ସପରିବାରେ ସନ୍ତୋଷ ଶୋଇଥିଲେ ।ଏହି ସମୟରେ କେହି ଜଣେ ଆସି ତାଙ୍କ କବାଟ ବାଡେଇ ଡାକିଥିଲେ ।ଏହାପରେ ସନ୍ତୋଷ ବାହାରପଟ କବାଟ ଖୋଲି ବାହାରକୁ ଆସିଥିଲେ ।ଏହିସମୟରେ ଘରବାହାରେ ଛିଡା ହୋଇଥିବା ମୁଖାପିନ୍ଧା ବ୍ୟକ୍ତି ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । କୈାଶଳକ୍ରମେ ଭୟଭୀତ ଅବସ୍ଥାରେ ସନ୍ତୋଷ ତଳେ ଶୋଇ ପଡିବାରୁ ଗୁଳିଟି ତାଙ୍କ ଉପରେ ବାଜିନଥିଲା ।ସନ୍ତୋଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଆସି ପହଂଚଥିଲେ । ଏହି ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି ।ସୋମବାରଦିନ ସନ୍ତୋଷସାହୁ ବଲାଙ୍ଗିର ସଦରଥାନାରେ ଅଭିଯୋଗ କରିବାପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।ତେବେ ରାଜନୈାତିକ କାରଣରୁ ଏହା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।

 

Leave A Reply

Your email address will not be published.