ଆଜିର ରାଶିଫଳ

0 149

୨୦୨୩ମସିହାଜୁନମାସ ୯ତାରିଖଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୦/୪୩ ,ସୂର୍ଯ୍ୟାସ୍ତ- ଘ୬/୨୦/୩୧ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ଦିବା ଘ୪/୪୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ନକ୍ଷତ୍ର- ଧନିଷ୍ଠା ସନ୍ଧ୍ୟା ଘ୬/୮ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଘାତଚନ୍ଦ୍ର–ସିଂହରାଶିର ଏବଂ ପ୍ରାତଃ ଘ୬/୫୮ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ଦିବା ଘ୪/୪୫ମି ପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୨୯ମି ରୁ ଘ୧୧/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୪ମି ରୁ ଘ୧୦/୨୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତଦିବା ଘ୧୧/୩୧ମି ରୁ ଘ୧/୧୯ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୮/୪୬ମି ମଧ୍ୟେ, ଘ୧/୩୬ମି ରୁ ଘ୩/୫୮ମି ମଧ୍ୟେ, ଘ୪/୪୬ମି ରୁ ରାତ୍ରିଶେଷ ଘ୫/୧୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ପ୍ରାତଃ ଘ୫/୫୯ମି ରୁ ଘ୬/୩୬ମି ମଧ୍ୟେ, ଘ୯/୧ମି ରୁ ଘ୯/୫୯ମି ମଧ୍ୟେ । ଶୁଭକର୍ମ:- ଅତ୍ୟାବଶ୍ୟକ ସ୍ଥଳେ ସୂର୍ଯ୍ୟୋଦୟରୁ ପ୍ରାତଃ ଘ୭/୫୮ମି ମଧ୍ୟରେ ବିବାହ ଓ (ପାଣିଗ୍ରହଣ), ବ୍ରତୋପନୟନ, ଗୃହାରମ୍ଭ, ଗୃହପ୍ରବେଶ, ନାମକରଣ, ଦୂରଯାତ୍ରା, ବୃକ୍ଷରୋପଣ।
ମେଷ-ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କଜୀବନରେ ମହତ୍ତ୍ୱପୂର୍ଣ୍ଣଭୁମିକା ନିର୍ବାହକରିବେ ।
ବୃଷ-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତାଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ-ଆଜି ଆପଣଙ୍କଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟକରିବେ । ସେମାନଙ୍କ ଛୋଟଛୋଟଚ଼େଷ୍ଟା ଆପଣଙ୍କମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ-ଆଜି ଆପଣ କୌଣସିସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବାସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାରବାଟ ସାହାଯ୍ୟକରିବ । ଆପଣ ଏହାଦ୍ୱାରାଜାଣି ଖୁସିହେବେଯେ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ-ଆଜି ଧନଲାଭହେବାସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କ ଦିନକୁ ସେମାନେ ବହୁତସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
କନ୍ୟା-ଆପଣ ଯେଉଁଲୋକଙ୍କ ସହିତଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା-ଆଜି ଆପଣଙ୍କ ମନକରିବ ଯେ ,ଆପଣ ଆପଣଙ୍କ ସବୁକାମ ଏକ ପାର୍ଶ୍ୱରେରଖି ନିଜପରିବାର ଓ ବନ୍ଧୁମାନଙ୍କସହ ଭଲସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦରଖାଦ୍ୟ ଓ ପୁରାତନ ଘନିଷ୍ଠବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା-ଆପଣ ଏ ପରିସ୍ଥିତିରେ ଅଛନ୍ତିଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦମିଳିବ କିନ୍ତୁ ଏହାଧ୍ୟାନ ରଖିବା ଉଚ଼ିତଯେ ଏହିଅଧିକାର ସହିତ ଆପଣଙ୍କୁ ଅତିରିକ୍ତଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର-ହି ସମୟ ନିଜସାଙ୍ଗ ସାଙ୍ଗରେ କୌଣସି କଳିକଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
କୁମ୍ଭ-ଅନ୍ୟଲୋକ ଆପଣଙ୍କଦୟାକୁ ଭୂଲବାଟରେ ନେବାପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ-ଆପଣଙ୍କର କୌଣସିପ୍ରିୟଜନ ସହିତ ସମ୍ପର୍କଖରାପ ହୋଇଯାଇଛି । ଏହିସମୟ ଆପଣ ନିଜକ୍ରୋଧକୁ ଆୟତ୍ତରେରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ -ଶୁଭଅଶୁଭ ବିଚାର-ରାସ୍ତାରେ ଯିବାସମୟରେ ଯଦି ବିଲେଇ ରାସ୍ତାକାଟି ଚାଲିଯାଏ ତ ଏମିତି ମାନ୍ୟତାଅଛି କି କାମ ଖରାପ ହୋଇଯାଏ। ଏଥିପାଇଁ ଲୋକ କିଛିସମୟପାଇଁ ଯିବା ବନ୍ଦ କରିଦିଅନ୍ତି।ରାସ୍ତାରେ ଯାଉଥିବାସମୟରେ ଗାଈବାଛୁରୀକୁ କ୍ଷୀରପିଆଉଥିବାର ଦେଖିବାର ଅର୍ଥ ଆପଣ ଯେଉଁକାମ ପାଇଁ ବାହାରକୁଯାଉଥଲେ ସେହିକାମ ଭଲରେ ହୋଇଯାଇଥାଏ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.