ଆଜିର ରାଶିଫଳ

0 111

୨୦୨୪ମସିହା ମାର୍ଚ୍ଚମାସ ୨୬ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ରଙ୍ଗ ହୋରିଉତ୍ସବ, ମାତାରାତାରିଣୀ ଯାତ୍ରାଆରମ୍ଭ ୧ମପାଳି, ଦ୍ବିତୀୟାର ଚନ୍ଦ୍ର ଦର୍ଶନ।ଋତୁ- ବସନ୍ତ (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୪୯/୭ ,ସୂର୍ଯ୍ୟାସ୍ତ- ଘ୫/୫୫/୪୭ ,ଚୈତ୍ରମାସ ,କୃଷ୍ଣପକ୍ଷ .ଭୌମବାସ ,ତିଥି- ପ୍ରତିପଦ୍ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଧ୍ରୁବଯୋଗ ରାତ୍ରି ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ। କରଣ- କୌଳବକରଣ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୪/୬ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ଦିବା ଘ୩/୧ମି ପରେ ଉତ୍ତର ଦିଗରେ। ମଙ୍ଗଳବାର, ଦର୍ଶତିଥି, ରବିସପ୍ତ,ମାସଦଗ୍ଧା, ଦ୍ବିତୀୟାଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୩/୪୦ମି ମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଦିବା ଘ୩/୧ମି ପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା- (ବାରବେଳା) ଦିବା ଘ୭/୧୫ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/୨୨ମି ରୁ ଘ୨/୫୩ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୨୫ମି ରୁ ଘ୭/୫୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ)ଦିବାଘ୮/୮ମି ରୁ ଘ୧୦/୩୨ମି ମଧ୍ୟେ, ଘ୧୨/୫୬ମି ରୁ ଘ୨/୩୨ମି ମଧ୍ୟେ, ଘ୩/୨୦ମି ରୁ ଘ୪/୫୬ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୬ମି ରୁ ସନ୍ଧ୍ୟା ଘ୬/୪୫ମି ମଧ୍ୟେ, ରାତ୍ରି ଘ୯/୯ମି ରୁ ଘ୧୧/୩୩ମି ମଧ୍ୟେ, ଘ୧/୫୭ମି ରୁ ଘ୩/୩୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୩/୧ମି ପରେ ୨ପାଦ ବାର ଓ ତିଥି ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ‌। ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା ଶୁଭ। ଦିବା ଘ୨/୨୦ମି ପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ବାର ଓ ତିଥିଦୋଷହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ),ଦିବାଘ୩/୧ମିଗତେ ବାରଦୋଷ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ-ଚୂଡ଼ାକରଣ,ଯାନକ୍ରୟ,ଯାନପୂଜା,ଔଷଧକରଣ।
ମେଷ-ଆଜି ଶୁଭଫଳ ପାଇବେ ।ସକାରାତ୍ମକ ମାନସିକତାରହିବ ।ଲୋକସମ୍ପର୍କବଢିବ ।ନିଜରବ୍ୟବସାୟ ସମ୍ପ୍ରସାରଣ ଯୋଜନା କରିବାପାଇଁ ଏହାଏକ ଭଲ ସମୟ ।
ବୃଷ-ଯେଉଁମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତାମାଧ୍ୟମରେ ଚାକିରିଖୋଜୁଛନ୍ତି କିମ୍ବା ବ୍ୟବସାୟ ଆରମ୍ଭକରିବାକୁ ଚାହାଁନ୍ତି, ଉଦ୍ୟମ ସଫଳ ହେବ ।ଆଗାମୀ ସମୟରେ ସଫଳତା ଆପଣଙ୍କ ସହିତ ରହିବ ।
ମିଥୁନ-ଆଜିଦିନଟି ଶୁଭଦିନ ଏବଂ କିଛି ଗୁରୁତ୍ୱପୂର୍ଣ୍ଣକାର୍ଯ୍ୟରେ ଲାଭପାଇବେ ।ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଏକ ନୂତନସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ ।କୋର୍ଟମାମଲାରେ ସଫଳତା ପାଇପାରିବେ ।ବୃତ୍ତିଗତଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭକରିବେ ।ଏହାସହିତ ବ୍ୟକ୍ତିଗତ ସମ୍ପର୍କରେ ସୁଖ ଏବଂ ଆନନ୍ଦ ରହିବ ।
କର୍କଟ-କିଛି ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ଦିନଟି ଆପଣଙ୍କସପକ୍ଷରେ ରହିବ ।ଦୈନନ୍ଦିନ କାର୍ଯ୍ୟକଳାପଉପରେ ଧ୍ୟାନ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ରଖନ୍ତୁ ।ପରିବାର ଏବଂ ବନ୍ଧୁମାନଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।
ସିଂହ-ଦିନଟି ଆପଣଙ୍କ ସପକ୍ଷରେରହିବ ।କାର୍ଯ୍ୟରେ କିଛି ଉତ୍ଥାନପତନ ହୋଇପାରେ ।ଗୁପ୍ତଶତ୍ରୁମାନଙ୍କଠାରୁ ସାବଧାନରୁହନ୍ତୁ ,କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି ।ନିକଟ ସମ୍ପର୍କୀୟଙ୍କଠାରୁ ମାନସିକଆଘାତ ପାଇବେ କିନ୍ତୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ହେବ ।
କନ୍ୟା-ଆଜି ଭାଗ୍ୟ ଆପଣଙ୍କସପକ୍ଷରେ ରହିବ।ଆପଣ ଜଟିଳସମସ୍ୟାର ସମାଧାନ କରିପାରିବେ ।କୌଣସି ନୂତନଉଦ୍ୟମରେ ଆପଣ ପ୍ରବେଶକରିବେ ବୋଲି ସଂକେତ ଅଛି ।ବିଦେଶୀସଂସ୍ଥାରୁ ଶେଷଜଣଙ୍କ ଲାଭ ପାଇବେ ।
ତୁଳା-ଆର୍ଥିକଲାଭ ପାଇଁ ସୁଯୋଗମିଳିବ ।ନିଜ ଲୋକଙ୍କଠାରୁ ଠକାମିରେ ପଡିପାରନ୍ତି ,ଦୁରେଇରୁହନ୍ତୁ ।ପାରିବାରିକଜୀବନ କିଛି ଟେନସନରେ ଆସିପାରେ କିନ୍ତୁ ମନ ସ୍ଥିରକରି ପରିସ୍ଥିତିର ସାମ୍ନା କରନ୍ତୁ ।
ବିଛା-ଆଜି ଭାଗ୍ୟ ଆପଣଙ୍କସପକ୍ଷରେ ଯାଉଛି ।ସମସ୍ତ ଅସୁବିଧା ସମାପ୍ତହେବ ଏବଂ ସ୍ଥଗିତକାର୍ଯ୍ୟ ଚାଲିବ ।ଆର୍ଥିକପ୍ରସଙ୍ଗରେ କାର୍ଯ୍ୟ କରିବା ଆପଣଙ୍କପାଇଁ ଲାଭଦାୟକ ହେବ ।ପରିବାରସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆନ୍ତରିକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ-ଆପଣଙ୍କରଧନ ବୃଦ୍ଧି ଏବଂ ବ୍ୟବସାୟସ୍ଥିତିରେ ଉନ୍ନତି ହେବ ।ଆପଣ ସମସ୍ତପ୍ରକାରର ବସ୍ତୁ ଉପଭୋଗ କରିବେ ଏବଂ ନୂତନକାର୍ଯ୍ୟଭାର ଅଧିଗ୍ରହଣ ହୋଇପାରେ ।ସମ୍ପର୍କୀୟମାନଙ୍କସହିତ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି ।
ମକର-ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ବିଚାରବିମର୍ଶ କରି ନିଅନ୍ତୁ । ଆପଣ ସାମାଜିକ ଭାବରେ ସକ୍ରିୟ ରହିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି।
କୁମ୍ଭ- ଆଜି ଆପଣଙ୍କୁ କିଛି ଉତ୍ଥାନର ପତନର ସମ୍ମୁଖୀନ ହେବାକୁ ପଡିବ । ତରବରିଆ ଭାବରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ,ଫଳ ଓଲଟା ହୋଇପାରେ। ଏକ ଆନନ୍ଦଦାୟକ ଭ୍ରମଣ ଯୋଗ ରହିଛି । ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।
ମୀନ-ଧାର୍ମିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କର ହେବ । ଧାର୍ମିକ କାର୍ଯ୍ୟରେ ସାମାଜିକ ଲୋକପ୍ରିୟତା ବଢିବ । ପାରିବାରିକ ଜୀବନ ସୁଖୀ ହେବ ଏବଂ ମାନସିକ ସ୍ତରରେ ଶାନ୍ତ ରହିବେ । ଆତ୍ମବିଶ୍ଵାସ ବଢିବ ଏବଂ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.