ଭୋଗ ଖାଇଲେ, ଗ୍ରାମ ପରିକ୍ରମା କଲେ

ବାବାଚନ୍ଦ୍ରଶେଖର

0 35

ଖୁଣ୍ଟୁଣୀ,୨୫ା୩(ଏସଏସନିଉଜ)ରମ୍ପେଇ-ଖୁଣ୍ଟୁଣୀର ଆରାଧ୍ୟ ଇଷ୍ଟଦେବ ବାବାବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତିପ୍ରତିମା ବାବା ଚନ୍ଦ୍ରଶେଖର ଓ ମାପାର୍ବତୀ ଚାଚେରୀଭୋଗ ପାଇବାକୁ ଖୁଣ୍ଟୁଣୀଗ୍ରାମ ପରିକ୍ରମାରେ ବାହାରିଲେ । ଦୋଳପୂର୍ଣ୍ଣିମାଠାରୁ ପ୍ରଭୁ ବରଷକେଥରେ ମନ୍ଦିରରୁ ବାହାରି ଭକ୍ତମାନଙ୍କ ଦ୍ଵାରକୁଯିବେ ।ଘରଘରବୁଲି ଭକ୍ତରଙ୍କଣା ଭୋଳାନାଥ ଓ ମାତାପାର୍ବତୀ ଭୋଗପାଇବା ସହିତ ଆଶୀର୍ବାଦ ପ୍ରଦାନକରିବେ ଭକ୍ତଙ୍କୁ । କର୍ମ ଅନୁଯାୟୀ ଫଳ ମଧ୍ୟ ପ୍ରଦାନ କରିବେ । ସତ ଓ ଅସତର କର୍ମକୁ ନେଇ ସେମିତି ବର ପ୍ରଦାନ କରିବେ ବାବା । ବାବାଙ୍କର ଆଜିର ଏହି ଗ୍ରାମପରିକ୍ରମା ଉତ୍ସବରେ ବାଲୁଙ୍କେଶ୍ୱରମନ୍ଦିରରେ ଗ୍ରାମ ଭାପତି ମନୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନ ଓ ପରାମର୍ଶରେ ଗ୍ରାମର ବରିଷ୍ଠ ମୁରବୀ ତଥା ବାଲୁଙ୍କେଶ୍ୱର ମନ୍ଦିର ମୁଖ୍ୟ ଟ୍ରଷ୍ଟି କିଶୋର କୁମାର ସାମନ୍ତରାୟ, ମା କନକଦୁର୍ଗା ମନ୍ଦିର ମୁଖ୍ୟ ଟ୍ରଷ୍ଟି ତଥା ଗ୍ରାମର ବରିଷ୍ଠ ମୁରବୀ ସଚିଦାନନ୍ଦ ପଣ୍ଡା , ସମ୍ପାଦକ ଦିଲ୍ଲୀପ କୁମାର ଶେଠ, ଉପସଭାପତି ବିପିନି ବିହାରୀ ପ୍ରଧାନ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ, ରଜନୀ କାନ୍ତ ଜେନା, ଗୋବିନ୍ଦ ଚନ୍ଦ୍ର ବେହେରା, ସଂଜୀବ କୁମାର ବେହେରାଙ୍କ ସମେତ ବହୁ ଯୁବକ ଯୁବତୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ଆସି ଭୋଗ ନୀତି ସମ୍ପନ୍ନ ପରେ ସମସ୍ତଙ୍କୁ ଭୋଗ ବଣ୍ଟନ କରାଯାଇଥିଲା । ପରେ ମନ୍ଦିରରୁ ବାହାରି ପୂର୍ବ ପରମ୍ପରା ଅନୁଯାୟୀ ପ୍ରଥମେ ସୁବାଷ ଚନ୍ଦ୍ର ଦାସ ଓ ଦ୍ଵିତୀୟରେ ବିଚିତ୍ରା ନନ୍ଦ ପଣ୍ଡାଙ୍କ ଘରେ ଭୋଗ ଖାଇବା ପରେ ଗ୍ରାମ ପରିକ୍ରମାରେ ବାହାରି ଥିଲେ । ବାବାଙ୍କୁ ନିର୍ମିତ ସୁସଜ୍ଜିତ ବିମାନରେ ପୂଜକ ବିଜୟ କୁମାର ଦାଶ ଓ ମାୟାଧର ରଣା ଗୋପାଳ ଭାଇ ମାନଙ୍କ ସାହାଯ୍ୟରେ ବିମାନକୁ ଘରଘର ବୁଲାଇ ରାତି ଗୋଟାଏରେ ମନ୍ଦିର ଲେଉଟି ଥିଲେ । ଦୁଇଦିନ ପର‌୍ୟ୍ୟନ୍ତ ଗ୍ରାମରେ ଭୋଗ ଖାଇବା ପରେ ବୁଧବାର ଠାରୁ ଠାକୁର ଅନ୍ୟ ପଡୋଶୀ ଗ୍ରାମକୁ ଭୋଗ ଖାଇବାକୁ ଯିବେ ।

Leave A Reply

Your email address will not be published.