ହୋଲି ସାଜିଲା କାଳ

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଗଲା ଜୀବନ

0 175

 

ବାରଙ୍ଗ,୨୬।୩(ଏସଏସନିଉଜ) ହୋଲି ସାରି ବାରଙ୍ଗ ପୁରୀ ମେନ କେନାଲକୁ ଗାଧୋଇବାକୁ ଆସିଥିବା ବେଳେ ଜଣେ ନାବାଳକ ବୁଡିଯାଇ ମୃତୁ ବରଣ କରିଛନ୍ତି ।ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁରଥାନା ଅଧିନସ୍ତ ବିଡିଏ ଅଂଚଳରେ ରହୁଥିବା ରାଜେସସେଠି ବୋଲି ଜଣାପଡିଛି।
ସେ ହୋଲି ସାରି ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଆସିଥିଲେ।ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇଥିଲେ।

ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କାଳ ବିଲମ୍ଭ ନକରି ପାଣିକୁ ଦେଇପଡିଥିଲା।ସାଙ୍ଗକୁ ଉଦ୍ଧାର କରିବ କଣ ନିଜେ ବୁଡିଯାଇଥିଲେ।ଏହାଦେଖି ଅନ୍ୟ ସାଙ୍ଗମାନେ ୩ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ରାଜେଶକୁ ପାଇନଥିଲେ।
ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ବାରଙ୍ଗ ଅଗ୍ନିଶମବାହିନୀ ଆସି ବହୁ ଖୋଜାଖୋଜି ପରେ ସନ୍ଧ୍ୟା ସମୟରେ କେନାଲରୁ ନାବାଳକର ମୃତଦେହକୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.