ଆଜି ଚିହ୍ନଟ ହେଲେ ୩୪୨୭ ପଜିଟିଭ୍ ,ମୃତ୍ୟୁ ୪୨

0 149

ଭୁବନେଶ୍ୱର,୧୯/୬(ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଆଜି ରାଜ୍ୟରେ ୩୪୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୭୩ ଜଣ ରହିଛନ୍ତି ।ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କମଧ୍ୟରେ କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଜଣ ଲେଖାଏଁ, ଅନୁଗୁଳ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.