ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

0 177

ମାଲକାନଗିରି,୧୨/୪(ଏସ ଏସ ନିଉଜ)କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ତଥା ଦୁର୍ଦ୍ଦାନ୍ତ ମାଓବାଦୀ ସାଗର ଓରଫ ଭନ୍ତାଲା ରାଜୁ ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା ସାଗର ଓରଫ ଭନ୍ତାଲା । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିବା ସହ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।

Leave A Reply

Your email address will not be published.