ମାଡିଗଲା ଟ୍ରେନ

0 175

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀକାକୁଲମ ବଟୁୱା ରେଲୱ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା ।ଏଥିରେ ଅନେକ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି ।୨ ଜଣ ଆସାମର ହୋଇଥିବା ବେଳେ ଓ ଜଣେ ଓଡ଼ିଶାର ଗଂଜାମ ଅନ୍ତର୍ଗତ ଭଂଜନଗର ବାସିନ୍ଦା ବୋଲି ଜଣାପଡିଛି ।
ପ୍ରକାଶ ଯେ, ବଥୁୱା ରେଲୱେ ଫାଟକ ନିକଟରେ ସିକନ୍ଦରାବାଦ – ଗୁହାଟୀ ସୁପରଫାଷ୍ଟ ଟ୍ରେନ୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିରହିଥିଲା । ଏହି ସମୟରେ ଜେନେରାଲ କମ୍ପାର୍ଟମେଂଟରେ ଥିବା ଲୋକମାନେ ଟ୍ରେନରୁ ଓହ୍ଲାଇ କେତେକ ବାହାରେ ବୁଲୁଥିବା ବେଳେ କେତେକ ଧାରଣା ଉପରେ ବସି ରହିଥିଲେ । ଆଉ ଏହି ସମୟରେ ସେହି ଟ୍ରାକରେ ଦ୍ରୁତ ଗତିରେ ଆସୁଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା ।

Leave A Reply

Your email address will not be published.