ଖାଦ୍ୟ ଓ ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ

କଟକ,୧୧।୧୦(ଏସଏସନିଉଜ)ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୨ନମ୍ବର ଜୋନ ବାରଙ୍ଗ ମଣ୍ଡଳ ପକ୍ଷରୁ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ବଣବାଁରେଇ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।’ବୃକ୍ଷ ହିଁ ଜୀବନ ର ବାର୍ତ୍ତା ଦେବା ଉଦ୍ଦେଶ୍ୟ ଓ ବାରଙ୍ଗର ବିଭିନ୍ନ ସ୍ଥାନରେ ସବୁଜମୟ କରିବା ଲକ୍ଷ୍ୟରେ ବାରଙ୍ଗ ବିଜେପି ମଣ୍ଡଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।ଏଥିପାଇଁ ପର୍ଯ୍ୟାୟ କ୍ରମେ ଆଗାମୀ ଦିନମାନଙ୍କରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି ମଣ୍ଡଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁବଳ ବେହେରା,ସମାଜସେବୀ ନଳିନୀ ରାୟ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ନିର୍ମଳ ଦାସ, ଜିଲ୍ଲା କାଯ୍ୟକାରିଣୀ ସଦସ୍ୟ ବୁଲୁ ସ୍ୱାଇଁ, ଯୁବ କାର୍ଯ୍ୟକର୍ତ୍ତା ଧର୍ମବୀର ରାଉତ , ବିଭୁତି ସାହୁ, ବସନ୍ତ ମହାପାତ୍ରଙ୍କ ସମେତ ବହୁ କାଯ୍ୟକର୍ତ୍ତା ମାନେ ଯୋଗଦେଇ ଫଳ ଓ ପୁଷ୍ପ ପ୍ରଦାନକାରି ବୃକ୍ଷ ରୋପଣ କରିଥିଲେ।

- Advertisement -

Leave A Reply

Your email address will not be published.