କଟକ,୨୧।୯(ଏସଏସନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଜନ୍ମଦିନ ଅବସରରେ ମାପାଇଁ ଗଛଟିଏ ଆହ୍ବାନରେ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ପକ୍ଷରୁ ବାରଙ୍ଗ ବ୍ଲକ ଅଧୀନ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ସୋମବାର ସକାଳେ ବାରଙ୍ଗର ବିଜେପି କର୍ମୀମାନେ ନନ୍ଦନକାନନ ଛକରୁ ଏକ ବିଶାଳ ଶୋଭଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,କଟକ ସାଂସଦ ଭତୃହରି ମହତାବଙ୍କୁ ବୃକ୍ଷରୋପଣ ସ୍ଥଳକୁ ଆଣିଥିଲେ। ସେଠାରେ ସେ ବୃକ୍ଷରୋପଣ କରିଥିଲେ। ସାମଲ କହିଥିଲେ ବିଭିନ୍ନ କ୍ଷେତ୍ରରେ ଜସ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ବୈପ୍ଳବିକ ପଦକ୍ଷେପ, ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମସ୍ତଙ୍କୁ ଉତ୍ସାହ ଯୋଗାଇଛି।ଜିଏଷ୍ଟି ବୋଝକୁ ହାଲକା କରିବା ମୋଦିଜିଙ୍କ ପଦକ୍ଷେପ ଆର୍ଥିକ ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ । ତେବେ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଜନ ସାଧାରଣ ସାମିଲି ହୋଇଥିବାରୁ ସମସ୍ତଙ୍କୁ ସାମଲ ଧନ୍ୟବାଦ୍ ଦେଇଥିଲେ(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post
