ବ୍ୟାଙ୍କ କହିଲା ଟଙ୍କା ଫେରାଅ।

ଆଜିର ଖବର 11-02-2022 (ଶୁକ୍ରବାର)

0 351

 

୧. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ।

୨. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ ।

୩. କରୋନା ସଂକ୍ରମଣ ଖସୁଛି: ୪୩୩ ଜିଲ୍ଲାରେ ୫%ରୁ କମ୍ ପଜିଟିଭିଟି । ଏପଟେ ରାଜ୍ୟରେ ଆଉ ୧ ହଜାର ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି ।

୪. ତାମିଲନାଡୁରୁ ଓଡ଼ିଶା ଫେରିଲା ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀର ସାହା ହେଲା ଓଡ଼ିଶା ମୋ ପରିବାର।

୫. ୨୫ରେ ରିଲିଜ ହେଉଛି ଗଙ୍ଗୁବାଇ କାଠିଆଓ୍ୱାଡି ।

୬. କରୋନା ବିରୁଦ୍ଧ ଲଢେଇ, ଦେଶରେ ୯୬ ପ୍ରତିଶତ ନେଇଛନ୍ତି ଭ୍ୟାକ୍ସିନର ପ୍ରଥମ ଡୋଜ ।

୭. ଦୁର୍ବଳ ହେଉଛି ତୃତୀୟ ଲହର, ଓମିକ୍ରନ ୮୦ ପ୍ରତିଶତ କମିଛି

୮. ପ୍ରଥମ ସିରିଜ୍‌ରେ ଧୋନୀ, କୋହଲିଙ୍କ ତାଲିକାରେ ସ୍ଥାନ ପାଇପାରନ୍ତି ରୋହିତ ।

୯. ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି । ୨୪୧ ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା ଆଇଏଲଏସ ।

୧୦. କୃଷକଙ୍କ ଜନଧନ ଖାତାକୁ ଆସିଥିଲା ୧୫ ଲକ୍ଷ ଟଙ୍କା, ନିର୍ମାଣ କରିଦେଲେ ଘର, ହେଲେ ୬ ମାସ ପରେ ବ୍ୟାଙ୍କ କହିଲା ଟଙ୍କା ଫେରାଅ।

୧୧. ରାଜ୍ୟରେ ଗୁରୁବାର ଡିସଚାର୍ଜ ହେଲେ ୩୨୭୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୫୧ ହଜାର ୪୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

୧୨. କର୍ଣ୍ଣାଟକରେ ହିଜାବ ପିନ୍ଧିବାକୁ ନେଇ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା । ଗୁରୁବାର ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ପାଇଁ ସୋମବାରଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି

୧୩. ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି : ୧୪ ନୁହେଁ ୨୮ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ।

୧୪. ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ ।

୧୫. ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ! ।

➡️ଆସନ୍ତୁ ଆମେ ସଂକଳ୍ପ ନେବା, ଓମିକ୍ରନ୍ କରୋନା ନିୟମ ମାନି ମାସ୍କ ପିନ୍ଧିବା, ଭିଡରେ ୨ ମିଟର ଦୂରତା ରଖିବା, ହାତ ଧୋଇବା, କରୋନା ସଂକ୍ରମଣଠାରୁ ଦୂରରେ ରହିବା ।ଭସକାଳ , GOOD MORNING

Leave A Reply

Your email address will not be published.