ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍

ଖବର ଆଜିର,ତାରିଖ ୦୯-୦୪-୨୦୨୧/ ଶୁକ୍ରବାର

0 316

୧-ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍‌ଙ୍କୁ ମୁକ୍ତ କଲେ ମାଓବାଦୀ .
୨-ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର ।
୩-ଦେଶରେ ଟୀକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କ ଖଣ୍ଡନ ।
୪-ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି ।
୫-କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ, ମାଇକ୍ରୋ-କଣ୍ଟେନମେଣ୍ଟ୍ ଉପରେ ଗୁରୁତ୍ବ ଦିଅ : ମୋଦୀ ।
୬-ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି।
୭-ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟାତ ମନା ।
୮–ଛତିଶଗଡ ପରେ ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍ । ପ୍ରମୁଖ ସହର ମାନଙ୍କରେ ୬୦ ଘଂଟିଆ ଲକଡାଉନ ।
୯-ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ବିଏମସି କମିସନଙ୍କ ପ୍ରତିକ୍ରିୟା: ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ ନିର୍ଦ୍ଦେଶ ।
୧୦-ରାଜ୍ୟର ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘଙ୍କୁ ୨ ମାସ ମଧ୍ୟରେ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ।
୧୧-କୋଭିଡ୍ ଟିକା ଉତ୍ପାଦନ ଲାଗି ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ୍ ଛାଡୁ ନାହାନ୍ତି ଆମେରିକା ଓ ୟୁରୋପ୍‌: ଅଦର ପୁନାଓ୍ଵାଲା ।
୧୨-ରାଜ୍ୟରେ ମାସ୍କ ଓ ସାମାଜିକ ଦୂରତା ଉଲ୍ଲଙ୍ଘନ କଲେ ୯୪୦୦ଜଣ, ୨୪ଘଣ୍ଟାରେ ପୁଲିସ ଜୋରିମାନା ଆଦାୟ କଲା ୨୫ଲକ୍ଷ ୭୯୦୦ଟଙ୍କା .
୧୩-ଜେଲ୍ ବିଭାଗ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍: ପଜିଟିଭ୍ ଥିଲେ କଏଦୀ ରହିବେ ହସ୍ପିଟାଲରେ ।
୧୪-ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କଲେ ରୋଶନ ଜେନା ।
୧୫-ଉତ୍ତର ପ୍ରଦେଶ ସରକାରଙ୍କ ବଡ ଘୋଷଣା: ଡିୟୁ- ଜେଏନୟୁରେ ପଢିପାରିବେ ମଦ୍ରାସା ଛାତ୍ର ।
୧୬-ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ।
୧୭-ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି, ସରକାରୀଦଳ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ।
୧୮-କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.