୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

0 688

ଭୁବନେଶ୍ୱର,୩/୪(ଏସଏସନିୟୁଜ)କରୋନା ସଂକ୍ରାମଣ ଦିନକୁ ଦିନ ବଢୁଥିବାବେଳେ ଓଡିଶାର ୧୦ଟି ଜିଲ୍ଲାରେ ଲାଗୁହୋଇଛି ନାଇଟ କର୍ଫ୍ୟୁ ।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର କଟକଣା ଜାରି କରିଛନ୍ତି ରାଜ୍ୟସରକାର ।ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ ଜିଲ୍ଲାର ନାଇଟ୍ କର୍ଫ୍ୟୁ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୋଲାଙ୍ଗୀର, ନୁଆପଡା, କାଲାହାଣ୍ଡି,ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ।ଏହି ଜିଲ୍ଲାରେ ରାତି୧୦ରୁ ସକାଳ୫ପର୍ଯ୍ୟନ୍ତ ନାଇଟକର୍ଫ୍ୟୁର ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୫ତାରିଖଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁହେବ ନାଇଟ କର୍ଫ୍ୟୁ । ଜରୁରୀ କାର୍ଯ୍ୟକଲାପକୁ ଛାଡି ଯାତାୟତ ଉପରେ କଟକଣା ଲଗାଯାଇଛି । ମେଡିକାଲ୍ କିମ୍ବା ଅନ୍ୟ ଏମରଜେନ୍ସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ , ମେଡିସିନ୍ ଦୋକାନ ଖୋଲା ରହିବ ।ପେଟ୍ରୋଲପମ୍ପ,ସିଏନଜି ଷ୍ଟେସନ ଖୋଲାରହିବା ସହ ହୋମ ଡେଲିଭରି କୁ ଅନୁମତି ରହିଛି ।

 

 

Leave A Reply

Your email address will not be published.