ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମେଳନ

0 299

ବାରଙ୍ଗ,୩/୪(ଏସଏସନିୟୁଜ)ଦାରୁଠେଙ୍ଗରେ ପରମେଶ୍ୱରଙ୍କ ପଂଚୁଦୋଳମେଳନ ହେବ ।ଘରେଘରେ ବନ୍ଧୁବାନ୍ଧବମାନଙ୍କର ଭୀଡ ଲାଗିବ ।ସୁସ୍ୱାଦଖାଦ୍ୟ ତିଆରି ହେବ ।ରାତିପାହିବା ପର୍ଯ୍ୟନ୍ତ ସାତସାହି ବୁଲିବ ମେଳନ । ରାତି ଉଜାଗର ହୋଇ ଗ୍ରାମବାସୀମାନେ ଏହି ଅପରୁପ ଦୃଶ୍ୟକୁ ଦେଖିବେ ।ବାଜା,ବାଣ,ଘଂଟ,ଘଂଟାଆଦି ରୋଶନୀର ପଟୁଆର ଧରି ଝୁଲିଝୁଲି ପଛରେ ସୁସଜ୍ଜିତ ବିମାନରେ ଆସୁଥିବେ ପରମେଶ୍ୱର ଓ ତାଙ୍କ ସହ ଋାଧାକ୍ରିଷ୍ନ ,ଗୋପାଳଜ୍ୟୁ, ଚନ୍ଦ୍ରଶେଖର ଓ କଂଟାବାଡର ଗୋପିନାଥଦେବ ।ବିଭିର୍ଣ ସାହି ତରଫରୁ ଏହି ମେଳନକୁ ଅଧିକ ଆକର୍ଷଣୀୟ କରିବାପାଇଁଗ୍ରାମର ଯୁବକମାନେ ବେଶ ଆଗରୁ ପ୍ରସ୍ତୁତି କରିଥାନ୍ତି ।କିନ୍ତି ଚଳିତବର୍ଷ କୋଭିଡ କଟକଣା ପାଇଁ ସବୁକିଛି ଫିକା ପଡିଯାଇଥିଲା । ନା ଥିଲା ବାଜାବାଣଡିଜେ ନା ଥିଲା ଜେନେଟରର ଆଲୋକ ,କେବଳ ହାତଗଣତି ଭାବର କେତଟି ପାରମ୍ପାରିକ ବାଜାକୁ ସାମିଲ କରାଯାଇଥିଲା ।ନିରୁସ୍‌।ହିତ ହୋଇଯାଇଥିଲେ ଗ୍ରାମର ଯୁବକମାନେ ।

କେବଳ ପରମ୍ପରାକୁ ବଂଚାଇରଖିବାପାଇଁ ଗ୍ରାମବାସୀମାନେ ଏଥର ସାତ ବଦଳରେ ଗୋଟିଏ ଶୋଭାଯାତ୍ରା କରିଥିଲେ ।ପୁରୁଣା ନିତୀ ଓ ପ୍ରଥାକୁ ବଂଚାଇରଖିବାପାଇଁ ପ୍ରଧାନସାହି,ନୁଆଗଡ ,ତଳସାହି.ଜେଠୀସାହି ,ପାଟଣାସାହି. ମଠସାହି ପକ୍ଷରୁ ବୃଷବ କରାଯାଇଥିବାବେଳେ ବାହୁବଳେନ୍ଦ୍ରସାହି ପକ୍ଷରୁ କଣ୍ଢେଇନାଚ କରାଯାଇ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା ।ବିଭିର୍ଣ ଛକ ଜାଗାମାନଙ୍କରେ ଗ୍ରାମବାସୀମାନେ ଏକାଠି ହୋଇ ପୁରୁଣା ନିତୀ ଅନୁଯାୟୀ ବୃଷବକୁ ପଣା ଦେଉଥିବାର ଦେଖିବାକୁ ମିଳିଥିଲା ।ସମସ୍ତ ଦୋଳ ପରମେଶ୍ୱରଙ୍କ ମନ୍ଦିର ପାଖରେ ଏକାଠି ହୋଇ ପରମେଶ୍ୱରଙ୍କୁ ସାଙ୍ଗରେ ଧରି ହାତଗଣତି ଲୋକମାନଙ୍କ ଗହଣରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ମେଳନରେ ଗ୍ରାମପରିକ୍ରମାକରି ଶେଷରେ ସମସ୍ତ ଦୋଳବିମାନସବୁ ମେଳନପଡିଆରେ ରହିଥିଲେ ।ସେଠାରେ ଚାରିଦିନଧରି ରାତିରେ ସଙ୍କିର୍ତନମଣ୍ଡଳୀମାନଙ୍କ ଦ୍ୱାରା ସଙ୍କିର୍ତନ କରାଯିବ ବୋଲି ଜଣାପଡିଛି ।(ବାରଙ୍ଗରୁ ଗୈାତମ ରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.