୧୧ରୁ ସାଢ଼େ ୩ କାମ ବନ୍ଦ

0 50

ଭୁବନେଶ୍ୱର,୫।୪(ଏସଏସନିଉଜ)ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ନକରିବାପାଇ ନିର୍ଦ୍ଦେଶା ନାମା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମାବିଭାଗ।ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରିକରିଛି ପାଣିପାଗବିଭାଗ।ଖୋର୍ଦ୍ଧା,କଟକ,ବୌଦ୍ଧ , ମାଲକାନଗିରି ,କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଓ ନୟାଗଡ଼ ,ଅନୁଗୁଳ ,ବଲାଙ୍ଗିର ,କନ୍ଧମାଳ , ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ,ଭଦ୍ରକ,ଯାଜପୁର ,ମୟୂରଭଂଜ , ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜରିକରାଯାଇଛି।ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଥିବାର ଆକଳନ କରିଛି ବିଭାଗ।

Leave A Reply

Your email address will not be published.