ଖୁଣ୍ଟୁଣୀ,୨୨/୫(ଏସଏସନିଉଜ) ପରିବାର ଚଳାଇବା ପାଇଁ କଲିକତାରେ ଯାଇ ହୋଟେଲରେ କାମକରୁଥିଲେ ।ସେଠାରେ ମାନସିକ ବିକୃତି ଦେଖାଦେଇଥିଲା ।ଯାହାଫଳରେ ରାସୋଳ ଥାନା ଅଧିନ କଳିଙ୍ଗା ଅଞ୍ଚଳର ମୋହନ ଗୋଚ୍ଛାୟତ ନାମକ ଯୁବକ ସେଠାରୁ ନିଖୋଜ ହୋଇଯାଇଥିଲେ ।ବହୁ ଖୋଜାଖୋଜି କରିବାପରେ ପରିବାର ଲୋକ ନିଖୋଜ ହେଇଥିବା ଏକମାତ୍ର ପୁଅର ସନ୍ଧାନ ପାଇପାରିନଥିଲେ ।ଏହାଭିତରେ ୧୨ବର୍ଷ ବିତିଯାଇଥିଲା ।ତେବେ ମୋହନଙ୍କ ଘରପାଖର ଜଣେ ମହିଳା ବାପଘର ଖୁଣ୍ଟୁଣୀ ଥାନା ଡାଳୁଆ ଗ୍ରାମକୁ ଆସିଥିବାବେଳେ ମୋହନକୁ ଖୁଣ୍ଟୁଣୀ ବସ୍ଷ୍ଟାଣ୍ଡରେ ଦେଖିବାକୁ ପାଇଥିଲେ ।ଏହି ଖବର ପରିବାର ଲୋକ ପାଇବାପରେ ବସ୍ଷ୍ଟାଣ୍ଡକୁ ଆସି ପୁଅକୁ ଚିହ୍ନିବା ସହ ସାଙ୍ଗରେ ଘରକୁ ନେଇଯାଇଛନ୍ତି ।