୧୨ଚକିଆ ଟ୍ରକରେ ଆସୁଥିଲା ଗଞେଇ ଧରିଲା ପୋଲିସ

ବୌଦ୍ଧ , ୪ା୪(ଏସଏସନିଉଜ)ଘଣ୍ଟାପଡ଼ାଥାନା ପୁଲିସ ଚଢ଼ାଉକରି ଗଞ୍ଜେଇସହ ଏକ ୧୨ଚକିଆ ଟ୍ରକକୁ ଜବତ କରିଛି। କଣ୍ଟାମାଳ ସିନ୍ଧିଗୋରା ୪୧ନମ୍ବର ରାଜ୍ୟରାଜପଥର ଶ୍ରୀମାଳଛକରେ ଦ୍ରୁତଗତିରେ ଯାଉଥିବା ସିଜି-୦୪ଜେସି-୮୧୫୧ନଂ ଟ୍ରକ୍‌କୁ ରୋକିଥିଲେ ।ଯାଂଚ କରିବାପରେ ସେଥିରୁ ୮ କ୍ୱିଣ୍ଟାଲ ୪୯କେଜି ଗଞେକୁ ଜବତ କରିବା ସହ ୨ଜଣ ଆନ୍ତଃରାଜ୍ୟ ଗଞ୍ଜେଇମାଫିଆ ବିହାର ରାଜ୍ୟର ଚନ୍ଦନ କୁମାର ଓ ରାକେଶ କୁମାରଙ୍କୁ ଗିରଫ କରିଥିଲା ।ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଧରିଥିଲା ପୋଲିସ। ଚାଲାଣ ହେଉଥିଲା ୨୪ଟି ବସ୍ତାରେ ୮କୁଇଣ୍ଟାଲ ଗଞ୍ଜେଇ।ସେହିଭଳି ଭାବେ ଲମତାପୁଟ ବଡ଼କିଚବାଗାଁରୁ ୨୦୫କେଜି ଗଞ୍ଜେଇ ଜବତ ହୋଇଛି । ଚଢ଼ାଉକରି ଜବତ କରିଛି ମାଛକୁଣ୍ଡପୋଲିସ ।କୈଶଳକ୍ରମେ ଘରମାଲିକ ଖସିଯାଇଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

- Advertisement -

Leave A Reply

Your email address will not be published.