୧୪ ଘଣ୍ଟା ପରେ ଉଦ୍ଧାର ପାଇଲେ ଯୁବକ

0 176

ଯାଜପୁର, ୨୭/୮(ଏସଏସନିୟୁଜ) ଋଣ ଆଣି ସୁଝି ନ ପାରିବାରୁ ବନ୍ଧକ ରହିଲେ ଯୁବକ । ପରେ ପୋଲିସ ଖବରପାଇ ଯୁବକକୁ ଉଦ୍ଧାର କରିବାସହ ବନ୍ଧକ ରଖିଥିବା  ଯୁବକକୁ ଅଟକ ରଖିପଚରାଉଚରା କରୁଛି । ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳରେ ଏହିଭଳି ଘଟଣା ଘଟିଛିାମାନସ ଗେଡି କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ସୁଧ ନଦେବାରୁ ଗତକାଲି ରାତିରେ ଜଣେ ମହିଳା ଓ ଅନ୍ୟ ଦୁଇ ଜଣ ଯୁବକ ମାନସଙ୍କୁ ଅପହରଣ କରି ଏକ ଘରେ ଅଟକ ରଖିଥିବାନେଇ ମାନସଙ୍କ ପତ୍ନୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିବାସହ ଟଙ୍କା କାରବାର ପଛରେ ଘରୋଇ ଫାଇନାନ୍‌ସ କମ୍ପାନିର ହାତ ରହିଥିବା ପୋଲିସ ଜାଣିବାକୁ ପାଇଛି ।

Leave A Reply

Your email address will not be published.