୧୫ରୁ ରେଳସେବା ଆରମ୍ଭ ହୋଇପାରେ

0 472

ଭୁବନେଶ୍ୱର,୨/୪(ଏସ୍‌ଏସ୍‌ନିୟୁଜ୍‌)କରୋନା ସଂକ୍ରାମଣକୁ ରେକିବାପାଇଁ ଦେଶରେ ଲକଡାଉନ୍ ଜାରି ରହିଥିବାବେଳେ ରେଳସେବାବନ୍ଦ ହୋଇଛି । ୨୧ଦିନିଆ ଲକ୍‌ଡାଉନ ଅବଧି ଏପ୍ରିଲ୧୪ତାରିଖରେ ଶେଷ ହେଉଛି ।ତେଣୁ ୧୫ତାରିଖରୁ ରେଳ ସେବା ଆରମ୍ଭ ହେବବୋଲି ଜଣାପଡିଛି । ରେଳମନ୍ତ୍ରଣାଳୟର ସୁଚନା ଅନୁଯାୟୀ ସମସ୍ତ ରେଳସୁରକ୍ଷା କର୍ମୀ,ଟିଟିଇ,ଗାର୍ଡସ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଏପ୍ରିଲ୧୫ରୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ କେନ୍ଦ୍ର ମନ୍ତ୍ରୀ ପରିଷଦଙ୍କ ନିଷ୍ପତିକ୍ରମେ ରେଳ ଚଳାଚଳ ନେଇ ରେଳମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି ।ରେଳମନ୍ତ୍ରଣାଳୟର ଆଉ ଏକ ସୁଚନା ହେଲା ପାସେଞର ଟ୍ରେନ୍‌,ଶତାଦ୍ଧି,ରାଜଧାନୀ,ଦୁରୋନ୍ତ,ତେଜସ୍ ଭଳି ଟ୍ରେନ୍ ୮୦ ପ୍ରତଶତ ଚାଲିବ । ସପ୍ତାହିକ ଟ୍ରେନଗୁଡିକୁ ସରକାର ଏବେ ସାମୟିକ ଭାବେ ବନ୍ଦ ରଖିପାରନ୍ତି । ରେଳକର୍ମଚାରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତଙ୍କର ଥର୍ମାଲ୍ ସ୍କ୍ରାନିଂ କରିପାରନ୍ତି । ହେଲେ ଏନେଇ ରେଳମନ୍ତ୍ରଣାଳୟ ପକ୍ଷରୁ କୈାଣସି ବିଧିବଦ୍ଧ ନିଷ୍ପତି ନିଆଯାଇନଥିବାର ଜଣାପଡିଛି ।

Leave A Reply

Your email address will not be published.