୧ରୁ ବଟାନିକାର୍ଲଗାର୍ଡେନରେ ବଣଭୋଜି

0 247

ବାରଙ୍ଗ,୨୬/୧୧(ଏସଏସନିୟୁଜ)କୋଭିଡ କଟକଣା ଭିତରେ ଚାଲିଛି ପର୍ଯ୍ୟ ଟନ ରୁତୁ ।ପର୍ଯ୍ୟଟକ  ମାନଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନରେ ବଢିବାକୁ ଲାଗିଛି ।ଉଭୟପାର୍କ ଅଗଷ୍ଟ୩ତାରିଖରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ।ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାପାଇଁ ନନ୍ଦନକାନନ ବହୁବିଧ ଯୋଜନାକୁ ହାତକୁ ନେଉଛି ।ଶିଶୁରେଳଗାଡିରେ ଅଚଳାବସ୍ତା ସିନା ଦେଖାଦେଇଛି କିନ୍ତୁ ନୁଆରୁପରେ ଶିଶୁରେଳଗାଡିକୁ ଲୋକାର୍ପଣ କରାଯାଇଛିି ।ନନ୍ଦନକାନନ ଖୋଲିବା ପରଠାରୁ ଏହାଭିତରେ ୫ଲକ୍ଷ ଟପିଲାଣି ପର୍ଯ୍ୟଟକମାନଙ୍କ ସଂଖ୍ୟା ।ବଟାନିକାର୍ଲଗାର୍ଡେନରେ ମଧ୍ୟ ପର୍ଯ୍ୟଟକମାନଙ୍କ ସଂଖ୍ୟା ଧିରେଧିରେ ବଢିବାକୁ ଲାଗିଛି ।ଏବେ ପର୍ଯ୍ୟଟନ ରୁତୁ ଚାଲୁଥିବାରୁ ପର୍ଯ୍ୟଟକମାନଙ୍କ ପର୍ଯ୍ୟ ଟକମାନଙ୍କୁ ଅଧିକ ଭାବରେ ଆକୃଷ୍ଟ କରିବାପାଇଁ ବଣଭୋଜି କରିବାର ସୁଯୋଗକୁ ଖୁବଶିଘ୍ର ଦେବାକୁ ଯାଉଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।ପାଖାପାଖି ୩ମାସର ବ୍ୟବଧାନ ପରେ ବଟାନିକାର୍ଲଗାର୍ଡେନରେ ବଣଭୋଜିର ମଜ୍ଜା ଉଠାଇବାକୁ ଯାଉଛନ୍ତି ପର୍ଯ୍ୟଟକ ।ଏଥିପାଇଁ ପ୍ରସ୍ତୁତିପର୍ବଆରମ୍ଭହୋଇଛି ।ଉଚ୍ଚ ପଦାଧିକାରୀ ଏଥିପାଇଁ ଶୁକ୍ରବାରଦିନ ସିକୃତି ନନ୍ଦନକାନନକୁ ପ୍ରଦାନ କରିଛନ୍ତି ।ତେବେ ପ୍ରାଥମିକ ପର୍ଯ୍ୟାୟରେ ଛୋଟଛୋଟ ଗ୍ରୁପ ମାନଙ୍କୁ ବଣଭୋଜିର ସୁଯୋଗ ମିଳିପାରିବା ସହ ସେମାନେ ଅନଲାଇନରେ ପିଣ୍ଡି ବୁକ କରିପାରିବେ ବୋଲି ଜଣାପଡିଛି ।ବଟାନିକାର୍ଲ ଗାର୍ଡେନରେ ବଣଭୋଜି କରିବାପାଇଁ ପର୍ଯ୍ୟଟକ ମାନଙ୍କର ବିଶେଷଭାବେ ଆଗ୍ରହ ରହିଥାଏ ।ବଟାନିକାର୍ଲ ଗାର୍ଡେନକୁ ନନ୍ଦନକାନନ କର୍ତୁପକ୍ଷ ପର‌୍ୟ୍ୟଟକମାନଙ୍କ ପାଇଁ ଖୋଲିଥିଲେ ମଧ୍ୟ ବଣଭୋଜି ପାଇଁ ଅନୁମତି ଦେଇନଥିଲେ ।ତେବେ ଡିସେମ୍ବର୧ତାରିଖଠାରୁ ପର୍ଯ୍ୟଟକ ମାନେ ବଟାନିକାର୍ଲଗାର୍ଡେନର ସବୁଜସମ୍ଭାର ଭରା ବୃକ୍ଷଲତା ସାଙ୍ଗକୁ ବିଭିର୍ଣ ଉଦ୍ୟାନର ଶୋଭାରାଜିକୁ ଦେଖିବା ସହ ବଣଭୋଜିର ମଜ୍ଜା ଉଠାଇବାପାଇଁ ନିଷ୍ପତି ନେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।ଡିସେମ୍ବର୧ରୁ ବଣଭୋଜିର ସୁବିଧା ପର୍ଯ୍ୟଟକ ମାନେ ପାଇପାରିବା ସହ ପ୍ରାଥମିକ ପର୍ଯ୍ୟାୟରେ ସିମିତ ସଂଖ୍ୟାରେ କମସଂଖ୍ୟକ ଲୋକଙ୍କୁ ନେଇ (୨୦ରୁ ୩୦) ସାମୟିକଭାବେ ବଣଭୋଜି କରିବାପାଇଁ ଅନୁମତି ମିଳିଛି ।ଏଥିନିମନ୍ତେ ପର୍ଯ୍ୟଟକମାନେ ସେମାନେ ଅନଲାଇନରେ ପିଣ୍ଡି ବୁକ କରିବାକୁ ପଡିବ ବୋଲି ଭୁବନେଶ୍ୱର ଆଂଚଳିକବନସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର ସୁଚନା ଦେଇଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.