୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଓଡ଼ିଶାରେ ୪ପର୍ଯ୍ୟାୟରେ ହେବ ଭୋଟ

0 130

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହା ବ୍ୟତୀତ ମେ’ ୨୦ରେ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୪୨ଟି ବିଧାନସଭା ଆସନ ଓ ଜୁନ୍ ୧ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ମେ’ ୧୩ରେ ଓଡ଼ିଶାରେ ନୂଆପଡ଼ା,ଖଡ଼ିଆଳ ,ଉମରକୋଟ,ଝରିଗାଁ,ନବରଙ୍ଗପୁର,ଡାବୁଗାଁ ,ଲାଞ୍ଜିଗଡ଼,ଜୁନାଗଡ଼, ଧର୍ମଗଡ଼,ଭବାନୀପାଟଣା, ନର୍ଲା,ଛତ୍ରପୁର ,ଗୋପାଳପୁର,ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି,ମୋହନା,ପାରଳାଖେମୁଣ୍ଡି ,କୋରାପୁଟ,ପଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା.ମେ’ ୨୦ରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ,ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ ,ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର ,ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା ,ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା ,କବିସୂର‌୍ୟ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି, ମେ’ ୨୫ରେ କୁଚିଣ୍ଡା, ରେଂଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ ,ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ ,ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ ,ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ ,ଚୌଦ୍ବାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ,ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର ,ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ,ଜୁନ୍ ୧ରେ ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି ,ବାରିପଦା, ମୋରଡ଼ା, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା ,ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର ,ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର ,କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା ,ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ ,ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ।

Leave A Reply

Your email address will not be published.