୨୧ ପଂଚାୟତରେ ସୃତିସଭା

0 381

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ)ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଡେଲାଙ୍ଗ ବ୍ଲକରେ ଶୋକର ଛାୟା ଖେଳିଯାଇଥିବା ବେଳେ ମଙ୍ଗଳବାର ଏକାଦଶାହ ଉପଲକ୍ଷେ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ସୃତିଚାରଣସଭା ପାଳନ ହୋଇଯାଇଛି ।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ବାସଭବନ ଠାରେ ପୂର୍ବତନ ସରପଂଚ ଲୋକନାଥ ବେହେରାଙ୍କ ସଭାପତିତ୍ୱରେ ସୃତିଚାରଣସଭା ପାଳନ ହୋଇଯାଇଛି । ଏହି ଅବସରରେ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରାଯିବା ସହିତ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ସ୍ୱର୍ଗତ ବିଧାୟକ ଡେଲାଙ୍ଗ ଓ ପିପିଲି ପାଇଁ ଅନେକ ଉନ୍ନତି ମୂଳକ କାର୍ଯକରିଥିବା ବେଳେ ଜନସାଧାରଣଙ୍କ ପ୍ରିୟଥିଲେ । ଏହା ସହିତ ତାଙ୍କ ଛାତ୍ର ଜିବନି ଠାରୁ ରାଜନୌନିକ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ସଦାସର୍ବଦା ଜନସାଧାରଣ ଓ ସ୍ଥାନୀୟ ଅଚଂଳଳର ବିକାଶ କରିବାରେ ଅହରହ ଆପ୍ରଣ ଉଦ୍ୟମ କରୁଥିବାର ସମ୍ପର୍କରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆତ୍ମାର ଅଧ୍ୟକ୍ଷବ ବସନ୍ତ ବେହେରା,ଚିତଂଜନ ସାହୁ,ବରିଷ୍ଠ ନାଗରିକ ନିରଞ୍ଜନ ମହାନ୍ତି ସମେତ ଶତାଧିକ ବିଜୁଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସେହିପରି ବାଟ ମହାବୀର ପ୍ରଙ୍ଗଣରେ ସାମାଜିକ କର୍ମୀ ଆତ୍ତସାହୁଙ୍କ ସଭାପତିତ୍ୱରେ ସୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଦୀପକ କୁମାର ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ ,ଲଛମନ ଦଳାଇ,ଶଶୀସେଖର ରାୟଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।ସେହିପରି ମୁନିନ୍ଦାରେ ପଂଚାୟତରେ ପୂର୍ବତନ ସରପଂଚ ନରେନ୍ଦ୍ର ପରିଡା,ରେଚଂ ପଂଚାୟତରେ ରତ୍ନାକର ଜେନା,ଧାନକେରାରେ ପ୍ରସନ୍ନ କୁମାର ଜେନା,କଲ୍ୟାଣପୁରରେ ସଞ୍ଜୟ ଜେନା,ଗୁଆଳିପଡାରେ ସରପଂଚ କାଳନ୍ଦୀ ଜେନା,ସମିତି ସଭ୍ୟ ବାସୁଦେବ ଜେନା,ବେରବୋଇରେ ସମିତିସଭ୍ୟ ଅଭିମନ୍ୟୁ ରାଉ.ଶ୍ରୀପୁରୁଷୋତ୍ତମ ପୁରରେ ବାଲୁଙ୍କରଶ୍ୱର ମହାପାତ୍ର ପ୍ରମୁଖ ସ୍ୱର୍ଗତ ବିଧାୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସୃତିଚାରଣ କରିଥିବା ବେଳେ ଖେଲାଉରପଂଚାୟତ, ସୁଜନପୁର ,ହରିରାଜପୁର,ମୋଟରୀ,ସାଉରିଆ ପ୍ରଭୃତି୨୧ ପଂଚାୟତରେ ସୃତିଚାରଣ ସଭା ପାଳନ କରାଯାଇଥିଲା । ( ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ) ।

Leave A Reply

Your email address will not be published.