ଯୁବକକୁ ମରଣାନ୍ତକ ଆକ୍ରମଣ , ଥାନାରେ ଅଭିଯୋଗ ଦେଲେ ଆହତ

0 335

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ) ଜଣେ ଯୁବକକୁ ମରାଣାନ୍ତକ ଆକ୍ରମଣ ହୋଇଥିବାର ଡେଲାଙ୍ଗ ଥାନାରେଆହତ ଯୁବକ ଜଣକ ଅଭିଯୋଗ କରିଛନ୍ତି ।ସେପ୍ଟେମ୍ବର ୨୮ ତାରିଖ ରାତି ୧୦ ଟା ବେଳେ ଦୂର୍ବୁତମାନେ ସଂଘବଦ୍ଧ ହୋଇ ଡେଲାଙ୍ଗ ଥାନା ଗୋଡିପୁଟମାଟିଆପଡା ପଂଚାୟତର ବଡଇଚ୍ଛାପୁର ଗ୍ରାମରେ ଭଡାରେ ରହିଥିବା ସୁଜନପୁର ପଂଚାୟତ କଅଁଳପଡା ଗ୍ରାମର ସନ୍ତଷ କୁମାର ପଟ୍ଟନାୟଙ୍କ ବଡପୁଅ ସୁମନ୍ତ କୁମାର ପଟ୍ଟନାୟକ (୩୬) ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସ୍ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ । ଅଭିଯୋଗ ମୁତାବକ ସେପ୍ଟେମ୍ବର ୨୮ ତାରିଖ ସକାଳେ ସୁମନ୍ତ ଓ ତାଙ୍କର ଜଣେ ସାଙ୍ଗ ଲିଟୁ ସନ୍ନିକଟ ପାହାଡ ଉପରେ ହନୁମାନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ବେଳେ ଜଣେ ୧୯ ବର୍ଷୀୟ ଯୁବକ ଓ ୧୭ ବର୍ଷୀୟା ବାଳିକା ଆପତିଜନକ ଅବସ୍ଥାରେ ଥିବା ଦେଖି ଦୁଇ ସାଙ୍ଗ ତାଙ୍କୁ ବାରଣ କରିଥିଲେ । ସେମାନେଭୁଲ କ୍ଷମା ମାଗିଲା ପରେ ଦୁହିଁଙ୍କୁ ଆଉ ମନ୍ଦିର ପ୍ରାଙ୍ଗଣରେ ଏପରି କାମ ନ କରିବା ପାଇଁ ତାଗିଦ କରି ଛାଡିଦେଇଥିଲେ

। ଏଥିରେ ଅପମାନିତ ହୋଇଥିବା ଯୁବକଟି ସୁମନ୍ତ ଉପରେ ପ୍ରତିଶୋଧ ନେବା ପାଇଁ ଅପରାହ୍ନ ୧ ଟା ବେଳେ ୪ ଜଣ ଯୁବକଙ୍କୁ ନେଇ ଗଣ୍ଡଗୋଳ ପାଇଁ ଆସିଥିଲୋ ସେହିସମୟରେ ଲିଟୁ ପ୍ରତିବାଦ କରିବାରୁ ସେମାନେ ଫେରିଯାଇଥିଲେ । ରାତି ୧୦ ବେଳେ ବଜାରରୁ ଖାଇବା ନେଇ ବସା ଘରକୁ ଫେରୁଥିବା ବେଳେ ସୁମନ୍ତଙ୍କୁ ଉକ୍ତ ଘରଠାରୁ ୧୦୦ ଦୂରରେ ଯୁବକ ସହ ୭ ଜଣ ଯୁବକ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ହୋଇ ଭଡାଘର ପାଖରେ ପହଁଚିବା ପରେ ଘର ମାଲିକ ୧୦୮ ଆମ୍ବୁଲାନ୍ସ ମଗାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ । ଅଭିଯୋଗ ପାଇ ଥାନା ଏସଆଇ ଲାଇକା ମହାରଣା ସୋମବାର ଆହତ ସୁମନ୍ତ ସହ ଘଟଣାସ୍ଥଳ ପରିଦର୍ଶନ କରି ଆକ୍ରମଣକାରୀମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି । ଯଥାଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫକରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ( ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ) ।

Leave A Reply

Your email address will not be published.