୨୨ ବର୍ଷ ପରେ ମାମଲାର ତଦନ୍ତ ଶେଷ କଲା ସିବିଆଇ

 ଆଜିର ଖବରତାରିଖ–୧୩ ମଇ ୨୦୨୧(ଗୁରୁବାର)

0 221

୧. ଆଜି ଜଗତସିଂହପୁର ଓ ସୋନପୁରରେ କରୋନା ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ତେବେ ଆଜି ୩୮୩ଟି ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ ।
୨. ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୫୫୭ । ଅତ୍ୟଧିକ ସଂକ୍ରମିତ ୫ ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ୱର ।
୩. ରାଜ୍ୟରେ ଏ ପର‌୍ୟ୍ୟନ୍ତ ୨୨ ଲକ୍ଷ ଲୋକ କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି ।
୪. ସିଙ୍ଗାପୁର ଓପନ ବାତିଲ । ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍‌ସ ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଲଣ୍ଡନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଓ କାଦମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପିକ୍‌ସ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି ।
୫. ମାଗଣା ଟିକା ଦିଅ, ସେଣ୍ଟ୍ରାଲ ଭିଷ୍ଟା ବନ୍ଦ କର । ଏଥିଲାଗି ବଜେଟରେ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଉ ।
୬. ବିଶ୍ୱ ବଜାରରୁ ଟିକା କିଣିବାକୁ ୧୦ ରାଜ୍ୟର ପ୍ରସ୍ତୁତି ।
୭. ‘ଖବରକାଗଜ ଏଜେଣ୍ଟ, ବିତରକଙ୍କୁ କରୋନା ଯୋଦ୍ଧା ମାନ୍ୟତା ବିଳମ୍ବିତ’ ।
୮. ନନ୍ଦନକାନନ ବିକାଶରେ ‘କରୋନା’ କଣ୍ଟା: ଗଡ଼ିଲାନି ‘ଟଏ-ଟ୍ରେନ୍‌’, ଖୋଲିଲାନି ବହୁତଳ ପାର୍କିଂ ।
୯. ଭୁବନେଶ୍ୱର : ଚିକିତ୍ସାଧୀନ ରୋଗୀସଂଖ୍ୟା ଲକ୍ଷେମୁହାଁ ।
୧୦. ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଉ ୩ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
୧୧. ବୁର୍ଲା ଭିମସାର ଡ଼ାକ୍ତରଖାନାରେ ୧୬ କୋଭିଡ଼ ରୋଗୀ ମୃତ, ମିଳୁନି ଅମ୍ଳଜାନ ।
୧୨. କରୋନା ରିପୋର୍ଟ ନେଗେଟିଭ କିନ୍ତୁ ମୃତଦେହ ଦେବାକୁ ଭିମସାର ପକ୍ଷରୁ କୁଣ୍ଠାପ୍ରକାଶ ।
୧୩. ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର‌୍ୟ୍ୟ ଜାରି ରହିଛି । ଅଦ୍ୟାବଧି ୬୦୪ଟି ଟ୍ୟାଙ୍କର୍‍ ଯୋଗେ ୧୧୧୨୧.୪୧୯ଟନ୍ରୁା ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ ଓ ହରିୟାଣାକୁ ଅମ୍ଳଜାନ ପଠାଯାଇଛି ।
୧୪. କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଆସନ୍ତା ୧୪ତାରିଖରେ ‘ଇଦ୍ ପର୍ବ’ ପାଳନ ହେବ । ଇସଲାମିଆ ଏହେଲେ ସୁନ୍ନତଅଲ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି
୧୫. ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଭାରତରେ କରୋନା ବିରୋଧୀ ଚାଲିଥିବା ଲଢ଼େଇରେ ରିଲିଫ୍ କାର‌୍ୟ୍ୟ ଅର୍ଥରାଶି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ବିରାଟ୍ ଓ ଅନୁଷ୍କା ୧୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଖୋଦ୍ କୋହଲି ଓ ଅନୁଷ୍କା ୨ କୋଟି ଟଙ୍କା ଦାନ କରିଛନ୍ତି ।
୧୬. ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ ।
୧୭. ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର‌୍ୟ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଏସଇସିର ଅନୁମତି ।
୧୮. ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଥର ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବାକୁ ଅଛି । ଏହି ମୁକାବିଲା ଜୁନ ୧୮ ରୁ ୨୨ ତାରିଖ ପର‌୍ୟ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟମର ହ୍ୟାମ୍ପସାୟର ବାଉଲ୍ ଷ୍ଟାଡିୟମରେ ଖେଳାଯିବ ।
୧୯. ସଞ୍ଜୟ ସିଂହ ନୂଆ ବିଏମ୍‌ସି କମିସନର, କୋଭିଡ୍ ମୁକାବିଲା ବଡ଼ ଚାଲେଞ୍ଜ ।
୨୦. ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଟ୍ରିକ୍ ମୂଲ୍ୟାୟନ ପଦ୍ଧତିର ସ୍ବଚ୍ଛତା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି ।
୨୧. କେନ୍ଦୁଝର : ରାଜ୍ୟର ପ୍ରଥମ: ରାଙ୍କି କୋଭିଡ୍ ହସ୍ପିଟାଲରେ ଲାଗିଲା ଅକ୍ସିଜେନେରେଟର ।
୨୨. ୨୨ ବର୍ଷ ପରେ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ତଦନ୍ତ ଶେଷ, ବିବନ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ ।
୨୩. ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶା‌ବଳୀ ଅନୁଯାୟୀ ଓ କମ୍ ଯାତ୍ରୀ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୨୩ ପର‌୍ୟ୍ୟନ୍ତ ୬ ଯୋଡ଼ା ପାସେଞ୍ଜର,ମେମୁ ଟ୍ରେନ୍‌କୁ ଉଭୟ ଦିଗରୁ ବା‌ତିଲ୍ କରିବାକୁ ନିଷ୍ପତ୍ତି ହୋଇଛି ।
୨୪. ଦୀନବନ୍ଧୁ ଆତ୍ମଦାହ ମାମଲାରେ ଆଉ ଏକ ମୋଡ଼: କୁଳାଧିପତିଙ୍କୁ ଚିଠି ଲେଖିଲେ ବିଭିନ୍ନ ରାଜ୍ୟର କର୍ମଚାରୀ ନେତା ।
୨୫. ଓଡ଼ିଶାରେ ଲକ୍ଷେ ଟପିଲା କୋଭିଡ୍ ସକ୍ରିୟ ସଂକ୍ରମଣ, ଆଜି ୧୦୬୪୯ ନୂଆ ରୋଗୀ ।
୨୬. ୧୭ ଜିଲ୍ଲାରେ ବର୍ଷା , ପବନ ଆଶଙ୍କା । ଆରବ ସାଗର ସମ୍ଭାବ୍ୟ ବାତ୍ୟା ପ୍ରଭାବ ଓଡିଶାରେ ପଡ଼ିବନି ।
୨୭. ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଅବିଧିକୁ ମାସେ ବୃଦ୍ଧି କରାଯାଇଛି । ସରକାର ଏହି ନାମଲେଖା ଅବିଧିକୁ ଜୁନ୍ ୩୦ ପର‌୍ୟ୍ୟନ୍ତ ବଢାଇ ଦେଇଛନ୍ତି ।
➡କରୋନା ଟିପ୍ସ୍ : କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର । ଶୁଭସକାଳ , ଏଙଙଊ ଗଙଜଘଓଘଏ ।

Leave A Reply

Your email address will not be published.