ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ଏଠି ମନେପକେଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ। ପରିଚୟ ପତ୍ର,ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ କରିଥିଲା।
୩ ମାସ ତଳେ ସାଇଲେଣ୍ଟ ବାଇପର ଅଭିଯାନ ଆରମ୍ଭ କରିଥିଲୁ। ଯାହା ସିବିଆଇ କରିପାରି ନଥିଲା, ତାହା ଆମେ ତାହା କରି ସଫଳ ହେଲୁ। ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ ବୋଲି କହିଲେ ସିପି। ତେବେ ଏତେ ବର୍ଷ ପରେ ବିବନକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ବଡ଼ ସଫଳତା।
