୨୩ବର୍ଷପରେ ଘରବାହୁଡା

0 123

ନିମାପଡ଼ା,୨୧/୧୧(ଏସଏସନିଉଜ) ୨୩ବର୍ଷର ବ୍ୟବଧାନପରେ ଘରକୁ ଫେରିଛନ୍ତି ସରକାରୀକାଗଜପତ୍ରରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମରକୀର୍ତ୍ତିଚନ୍ଦ୍ର ବିଶ୍ବାଳ । ମହାବାତ୍ୟାର ଦୁଇଦିନପୂର୍ବରୁ ଘରୁକେଉଁଆଡ଼େ ଚାଲିଯାଇଥିଲେ ।ଆଉ ଖୋଜଖବର ମିଳିନଥିଲା । ଶେଷରେ ପରିବାରଲୋକ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟାବି କରିସାରିଥିଲେ ।କିନ୍ତୁ ତାଙ୍କର ସ୍ମୃତିଶକ୍ତି ପଳାଇଯିବାପରେ ଶ୍ରୀକାକୁଲମରୁ କୋଲକାତାର ଏକ ହାମରେଡିଓସଂସ୍ଥା ତାଙ୍କୁ ଆଣି ଚିକିସ୍‌ା କରିଥିଲା । ସ୍ମୃତିଶକ୍ତି ଫେରିଆସିବାପରେ ତାଙ୍କ ପରିଚୟ ଜଣାପଡିଥିଲା ।ତେବେ ୭୩ ବର୍ଷରେ ପଦାର୍ପଣକରିଥିବା କୀର୍ତ୍ତିଚନ୍ଦ୍ରଙ୍କ ଫେରିବାକୁ ନେଇ ପରିବାରଠାରୁ ଆରମ୍ଭ କରି ଗ୍ରାମବାସୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 

Leave A Reply

Your email address will not be published.