୨୪ଦୋକାନରୁ ୪୫୦୦ଟଙ୍କା ଜରିମାନା

ବାରଙ୍ଗ, ୧୧ା୭(ଏସଏସନିଉଜ) ମଙ୍ଗଳବାରଦିନ ଖାଦ୍ୟସୁରକ୍ଷାବିଭାଗ, ଅବକାରୀବଭାଗ,ସ୍ୱସ୍ଥ୍ୟବିଭାଗ ଓ ନନ୍ଦନକାନନଥାନାକୁନେଇ ଗଠିତ ଟିମ୍ ନନ୍ଦନକାନନ ଛକରେ ଗଢିଉଠିଥିବା ବିଭିର୍ଣ ଦୋକାନରେ ଚଢାଉକରି ୪୫୦୦ଟଙ୍କା ଜରିମନା ଆଦାୟ କରିଛନ୍ତି ।ଏହି ଦୋକାନରେ ବେଆନଭାବେ ତମାଖୁ ଓ ସିଗାରେଟ ବିକ୍ରିକରୁଥିବା ଅଭିଯୋଗରେ ଏହି ଦୋକାନଗୁଡିକୁ ଯାଂଚ କରିଥିଲେ ।୨୪ଟି ଦୋକାନରେ ଯାଂଚ କରି ଦୋକାନମାଲିକଙ୍କଠାରୁ ଜରିମନା କରାଯାଇଥିଲା ।ତେବେ ନନ୍ଦନକାନନ ବହୁ ପର୍ଯ୍ୟଟକ ପ୍ରତ୍ୟହଦିନ ଆସୁଥିବାରୁ ଦୋକାନୀମାନେ ସେମାନଙ୍କ ବ୍ୟବସାୟରେ ମାତ୍ରାଧିକ ଲାଭ ପାଇବାପାଇଁ ବେଆଇନଭାବେ ସରକାରୀ ନୀୟମକୁ ଉଲଘଂନ କରି ସିଗାରେଟ ଓ ତମାଖୁ ଖୋଲାଖୋଲିଭାବେ ବିକ୍ରି କରୁଥିବାର ଅଭିଯୋଗମାନ ହୋଇଆସୁଥିଲା ।

- Advertisement -

Leave A Reply

Your email address will not be published.