୨୪ ଘଣ୍ଟାରେ ୩୬୫୦ନୂଆ କରୋନା ଆକ୍ରାନ୍ତ

0 205

ଭୁବନେଶ୍ୱର,୨୪ /୬(ଏସ ଏସ ନିୟୁଜ) ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଥିବାବେଳେ ତାପଛକୁ ୪୮୫ ଜଣ କଟକ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା କରୋନାରୁ ୮,୫୩,୦୧୨ ଆରୋଗ୍ଯ ଲାଭ କରିଥିବା ବେଳେ ୩୩,୭୭୦ ଆକ୍ଟିଭ କେସ ରହିଛି। ରାଜ୍ଯରେ ଏଯାବତ୍ ୮,୯୦,୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.