ଭୁବନେଶ୍ୱର,୧୦।୬(ଏସଏସନିଉଜ)୨୪ମାସରେ ରାଜ୍ୟସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରେସ୍ମିଟ୍ ରେ ଏହା କହିଛନ୍ତି।ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ।୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି।ଚାଷୀଙ୍କୁ ୮୦୯ ଟଙ୍କା ଇନ୍ପୁଟ୍ ସବ୍ସିଡ୍ ଦେବେ ବୋଲି କହିଥିଲେ।ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ କହୁଛନ୍ତି ରଣେନ୍ଦ୍ର।ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ।ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ୟୁଟର୍ଣ୍ଣ ନେଲେ।ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି।’ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢ଼ାଇ ତା’ପରେ ୟୁ ଟର୍ଣ୍ଣ କାହିଁକି ନେଲ।ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କଲେ, କହୁଛନ୍ତି ସ୍ଥଗିତ ରଖିଛୁ।ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ, ପରେ ପ୍ରତ୍ୟାହାର ବୋଲି କହିଛନ୍ତି ରଣେନ୍ଦ୍ର
