୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା

0 306

ସକାଳର ଖବର , ତାରିଖ ୨୨/୦୫/୨୦, ଶୁକ୍ରବାର, ଆଜି ସାବିତ୍ରୀ ଅମାବାସ୍ୟା

୧-ଅମ୍ଫନ୍ ର ମହାତାଣ୍ଡବ: ପଶ୍ଚିମବଙ୍ଗରେ ୭୨,ବାଙ୍ଗାଦେଶରେ ୧୦ ଓଡ଼ିଶାରେ ୨ ମୃତ।ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାତ୍ୟାଞ୍ଚଳ କରିବେ ପରିଦର୍ଶନ।
୨-ରାଜ୍ୟର ୮୯ ବ୍ଲକ୍,୧୫୦୦ ପଞ୍ଚାୟତ ଓ ୬୭୪୫ ଗ୍ରାମ ଅମ୍ଫନ୍ ଯୋଗୁଁ ପ୍ରଭାବିତ।୪୪ଲକ୍ଷ କ୍ଷତିଗ୍ରସ୍ତ, ସ୍ଥିତି ସୁଧାରିବାକୁ ଚାଲିଛି ଉଦ୍ୟମ।
୩-ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ଦେଲେ ନିର୍ଦ୍ଦେଶ।
୪-୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା, ଜୁଲାଇ ସୁଦ୍ଧା ଫଳାଫଳ।
୫-ଜୁଲାଇ ପହିଲାରୁ +୩ ଏବଂ ପିଜି ନାମଲେଖା ଆରମ୍ଭ ହେବ।
୬-ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ଦିନରେ ପହଞ୍ଚିଥିଲା ଶହେରେ; ୫୦୦ ଛୁଇଁଲା ୨ ମାସରେ । ପରବର୍ତୀ ୫୦୦ ମାତ୍ର ୮ ଦିନରେ।ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଛୁଇଁବ : ସ୍ବାସ୍ଥ୍ୟ ବିଶେଷଜ୍ଞ
୭-ପାଟଣା ବ୍ଲକ:ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ।
୮-ଯେତେ କମ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବ, ସେ ନେଇ ବୈଠକରେ ହେଲା ନିଷ୍ପତି।
୯-ଆଜି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି, ଜନସମାଗମକୁ ଲଗାଗଲା ରୋକ।
୧୦-ଖୋର୍ଦ୍ଧା ରେଲ୍‌ୱେ ଡିଭିଜନ୍‌ରେ ଖୋଲିବ ୧୨ କାଉଣ୍ଟର, ଆଜିଠାରୁ ମିଳିବ ଟ୍ରେନ୍ ରିଜର୍ଭ ଟିକଟ।
୧୧- ଟ୍ରେନ ଟିକେଟ ଵୁକିଂ ଆରମ୍ଭ ହେବାର ୨ ଘଣ୍ଟାରେ ବିକ୍ରି ହେଲା ୧ ଲକ୍ଷ ରୁ ଅଧିକ ଟିକେଟ।
୧୨-ଭୋପାଳ:ବିବାହର ୨ ଦିନ ପରେ ନବବଧୂର ବାହାରିଲା କରୋନା ପଜିଟିଭ, କ୍ଵାରେଣ୍ଟାଇନରେ ରହିଲେ ୩୨ ଜଣ।

Leave A Reply

Your email address will not be published.