ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଅମ୍ପନ ସ୍ଥିତି ଅନୁଧ୍ୟାନ କଲେ

0 248

ଭୁବନେଶ୍ୱର୨୧/୫(ଏସଏସନିୟୁଜ),ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବାତ୍ୟା ଅମ୍ଫନର ପ୍ରଭାବ ବେଶି ପଡ଼ିଥିଲା ଓ ସେଠାରେ କ୍ଷୟକ୍ଷତି ମଧ୍ୟ ହୋଇଛି । ତେଣୁ ଆଜି ଆକାଶ ମାର୍ଗରୁ ରାଜ୍ୟରେ କ୍ଷୟକ୍ଷତି ଓ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସ୍ଥିତି ଅନୁଧ୍ୟାନ ପରେ ଫସଲର ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଭିତ୍ତିଭୂମି କାର‌୍ୟ୍ୟ ତ୍ୱରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବାତ୍ୟାରେ ୮୯ଟି ବ୍ଲକର ୧୫୦୦ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତର ୪୪ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.