୨୭ଦିନପରେ ନାବାଳିକା ଉଦ୍ଧାର

0 329

ଡେଲାଙ୍ଗ,୩୦/୭(ଏସ ଏସ ନିୟୁଜ)ଡେଲାଙ୍ଗ ଥାନା ଅଞ୍ଚଳରୁ ଗତ ୧ତାରିଖରେ ଅପରହରଣ ହୋଇଥିବା୧୨ ବର୍ଷର ନାବାଳିକାକୁ୨୭ଦିନ ପରେ ଡେଲାଙ୍ଗ ପୁଲିସ ଉଦ୍ଧାର କରିଛି।ଏହି ଘଟଣାର ଅଭିଯୁକ୍ତ ପୁରୀ ସଦର ଥାନା ସାହାଣିକେରା ହରିଜନ ସାହିର ହାପି ଗୋଛାୟତ(୨୩)କୁ ପୁଲିସ ଗିରଫ କରି ପୁରୀ ପୋକ୍ସୋ କୋର୍ଟକୁ ପଠାଇ ଥିବା ଜଣାପଡିଛି । ସେଠାରେ ଜାମିନି ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆ ଯାଇଛି ।

ପ୍ରକାଶଯେ, ହରିରାଜପୁର ଫାଣ୍ଡି ଅଞ୍ଚଳର ଜୈନିକ ୧୨ ବର୍ଷର ନାବାଳିକାକୁ କେହି ଅପରହରଣ କରି ନେଇଯାଇଥିବା ତାର ବାପା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏକ କେସ୍ ରୁଜୁ କରି ପୁଲିସ ତଦନ୍ତ କରୁଥିଲା । ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ପାଇଁ ପୁରୀରୁ ୨୭ ତାରିଖ ଦିନ ନାବାଳିକାକୁ ଉଦ୍ଧାର କରିବା ସହି ଅଭିଯୁକ୍ତ ହାପି ଗୋଛାୟତକୁ ଧରିବାରେ ସଫଳ ହେବା ସହ
ଉଭୟଙ୍କୁ ଡାକ୍ତରୀମାଇନା କରାଯାଇଥିଲା । ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ୧୫୬/୨୧କେଶନମ୍ବରରେ ଏକ ମକଦମା ରୁଜୁକରି ହାପି କୁ
ପୋକ୍ସୋ କୋର୍ଟକୁ ପଠାଯାଇଥିବା ବେଳେ ସେଠାରେ ଜାମିନି ନାମାଞ୍ଜୁର ହେବାପରେ ବିଚାର ବିଭାଗୀୟ ଜେଲକୁ ପଠାଯାଇଛି ।

Leave A Reply

Your email address will not be published.