୨୯ରେ ବାରୁଣୀ ବୁଡ଼

0 212

 

ସାକ୍ଷୀଗୋପାଳ,୨୭/୩(ଏସ ଏସ ନିଉଜ) ଏହି ଥାନା ଅନ୍ତର୍ଗତ ସାଗରସ୍ନାନ ଯାତ୍ରା ବା ବାରୁଣୀବୁଡ଼ ୨୯ତାରିଖରେ ହେବ ବୋଲି ନିଷ୍ପତି ହୋଇଛି।ଏଥିନିମନ୍ତେ ଆୟୋଜିତ ବୈଠକରେ ବରାଳ ବାଲୁଙ୍କେଶ୍ୱର ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ଦାସଙ୍କ ଆହ୍ୱାନକ୍ରମେ ତହସିଲଦାର,ବିଡ଼ିଓ,ବ୍ଲକ ଅଧକ୍ଷ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ବିଭିର୍ଣ ବିଷୟରେ ସବିଶେଷ ଆଲୋଚନା ହେବାସହ ବିଭିର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଦୁଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରୁଣୀ ସ୍ନାନର ତାରିଖକୁ ନେଇ ମତପାର୍ଥକ୍ୟ ଦେଖାଦେବାରୁ ପୁରୀ ମୁକ୍ତିମଣ୍ଡପର ନିସ୍ପତି କ୍ରମେ ୨୯ତାରିଖ ଅପରାହ୍ନରେ ବାରୁଣୀ ବୁଡ଼ ପଡିବ ବୋଲି ନିଷ୍ପତି ହୋଇଥିବାର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.