୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର

0 280

ଭଦ୍ରକ, ୧/୧୨(ଏସଏସନିୟୁଜ) ଆଜି ଭୋର ସମୟରେ ବରପଦା ନିକଟରେ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବାଲେଶ୍ୱର ଜିଲ୍ଲା ସୋରର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ଆହତ ହୋଇଛନ୍ତି। ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହିଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୋଲିସ୍‌ର ଏନ୍‌କାଉଣ୍ଟରରେ ଗୁରୁତର ଆହତ ହୋଇଥରବା ଦୁଇଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି ।ଏମାନଙ୍କ ନିକଟରୁ, ୩ଟି ମାଉଜର୍, ମ୍ୟାଗଜିନ୍, ଖଣ୍ଡା ଜବତ ମଧ୍ୟ ଜବତ କରିଛି ପୋଲିସ ।

Leave A Reply

Your email address will not be published.