୨ ଧୂର୍ତ୍ତ ଦଲାଲ୍ ଗିରଫ

0 252

ଭୁବନେଶ୍ବର,୧୮/୮(ଏସଏସନିୟୁଜ) ୨ ଧୂର୍ତ୍ତ ଦଲାଲ୍ କୁ ଗିରଫ କରିଛି ଭରତପୁର ଥାନା ପୁଲିସ ।ଏମାନେ ହେଲେ ଯାଁଳା ଫାଣ୍ଡି ଅଧୀନ ମଠସାହିର ରଂଜିତ ପରିଡ଼ା ଓ ପାଟଣାସାହିର ରାହାସ ବିହାରୀ ବାରିକ ଓରଫ କାହ୍ନା। ନୂଆଗାଁ ମୌଜାରେ ୧ ଏକର ଜମି କିଣାଇ ଦେବାକୁ ଖୋର୍ଦ୍ଧାର ଧୀରେନ୍ଦ୍ରନାଥ ପରିଡ଼ାଙ୍କୁ ଫସାଇ ରଂଜିତ ଓ କାହ୍ନା ଦୁଇ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ନେଇ ଆସିଥିଲେ । ଜମିର ମାଲିକଙ୍କୁ ଭେଟେଇବାକୁ ଧୀରେନ୍ଦ୍ର ଚାହୁଁଥିଲେ ମଧ୍ୟ ବିଭିର୍ଣ ବାହାନାକରି ଚାଲୁଥିଲେ । ୨୦ ଲକ୍ଷ ପାଇସାରିବାପରେ ଆଉ ଧରା ନଦେବାରୁ ଧୀରେନ୍ଦ୍ର ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିଛି ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବାର ଚୁକ୍ତି କରି ଥାନାରୁ ରଂଜିତ ଓ କାହ୍ନା ଆସିଥିଲେ ମଧ୍ୟ ଧାର୍ଯ୍ୟ ସମୟମୁତାବକ ଟଙ୍କା ନଫେରାଇବାରୁ ପୁଣି ଥରେ ଧୀରେନ୍ଦ୍ର ଥନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.