୨ ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ବାଲିଅନ୍ତା,୩୦/୧୧(ଏସଏସନିୟୁଜ)ଟଙ୍କା ଲୁଟିବା ଉଦ୍ୟମ ବିଫଳ ହୋଇଁଛି ।୪ଜଣ ଲୁଟେରାଙ୍କ ମଧ୍ୟରୁ ଦୁଇଜଣ କୁ ସ୍ଥାନୀୟ ଲୋକ ଧରି ନିର୍ଦ୍ଧୁମ ଛେଚିଛନ୍ତି ।ଖବରପାଇ ବାଲିଅନ୍ତା ଥାନା ପୁଲିସ ଦୁଇଜଣକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିବା ଜଣାପଡ଼ିଛି।
ଆଜି ଅପରାହ୍ନ ପ୍ରାୟ ୧ଟାରେ ବାଳକାଟି ବଜାରସ୍ଥିତ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ନୂଆପାଟଣା ଗାଁର ଜଗନ୍ନାଥ ସାହୁ ତାଙ୍କ ଗାଡ଼ି ପାଖକୁ ଆସୁଥିଲେ।ଏହିସମୟରେ ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଜଗନ୍ନାଥଙ୍କ ଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଜଗନ୍ନାଥଙ୍କ ପାଟିଶୁଣି ବଜାରରେ ଥିବା ଲୋକମାନେ ପହଞ୍ଚି ୪ଲୁଟେରାଙ୍କ ମଧ୍ୟରୁ ଦୁଇଜଣଙ୍କକୁ ଧରିବାରେ ସକ୍ଷମ ହୋଇଥିଲେ ।ଏହାପରେ ଲୁଟେରା ଦୁଇଜଣଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

- Advertisement -

Leave A Reply

Your email address will not be published.