ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ବୋମାମାଡ଼

0 114

ଆଠଗଡ଼,୨୫।୫(ଏସଏସନିଉଜ) ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ରକରି ଆଠଗଡ଼ଥାନା ଅନ୍ତର୍ଗତ ମେଘା ଅଞ୍ଚଳରେ ବୋମାମାଡ଼ ହୋଇଛି।ପବିତ୍ର ଶୀତଳ ଷଷ୍ଠୀରେ ଦେଵଦମ୍ପତିଙ୍କର ବିବାହଉତ୍ସବ ଚାଲିଥିବା ବେଳେ ମେଘା ମହିମାଛକଠାରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ ସମୟରେ ୪ରୁ ଅଧିକଲୋକ ଆହତ ହୋଇଥିବା ଜଣାପଡ଼ିଛି ।ଏହି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ମେଘାତଳସାହି କୋଠଘର ସମ୍ମୁଖରେ ବୋମାମାଡ଼ ହୋଇଛି ।ଖବରପାଇ ଆଠଗଡ଼ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ବୋମାମାଡ଼ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Leave A Reply

Your email address will not be published.