୨ ଝିଅ ଆଗରେ ସ୍ତ୍ରୀକୁ ହତ୍ୟାକରି ଥାନାରେ ଆମ୍‌ସମର୍ପଣ କଲେ ସ୍ୱାମୀ

0 203

ଜଟଣୀ,୨୫/୬(ଏସଏସନିୟୁଜ) ଦୁଇ ସନ୍ତାନଙ୍କ ସମୁଖରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।ଅଟୋର ମାସିକ କିସ୍ତି ଟଙ୍କା ତାଙ୍କ ଘରୁ ଆଣିବାକୁ ଚାପପକାଇଥିଲା ନରହନନ୍ତା ସ୍ୱାମୀ ।ଟଙ୍କା ଆସିବାପୁର୍ବରୁ ସ୍ତ୍ରୀର ଗଳାକାଟି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିଲା ।ଏହିପରି ଘଟଣା ଜଟଣୀଥାନା ଅଧିନ ଜଟଣୀ ପୈାରପରିଷଦ ୱାର୍ଡନଂ ୧୦ର ପାଇକରାୟପୁରରେ ଘଟିଛି ।ଯାହାଏବେ ଜଟଣୀ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଜଟଣୀ ପୈାରପରିଷଦ ୱାର୍ଡନଂ ୧୦ର ପାଇକରାୟପୁରରେ ରହୁଥିବା ପିପିଲି ନିକଟସ୍ଥ ମଠସାହୀ ଅଞ୍ଚଳର ସୁକାନ୍ତ ମଲିକ(୫୦) ୧୨ବର୍ଷ ପୁର୍ବେ ଭୂବନେଶ୍ୱର ବମିଖାଲ ଅଞ୍ଚଳରେ ରହୁଥିବା ଅନ୍ତର‌୍ୟ୍ୟାମୀ ପ୍ରଧାନଙ୍କ ମଝିଆ ଝିଅ ପୂଜାଙ୍କୁ ପ୍ରେମବିବାହ କରିଥିଲେ । ବିବାହପରେ ସୁକାନ୍ତର ପୁର୍ବରୁ ଏକ ସ୍ତ୍ରୀ ରହିଥିବା ଜାଣି ପୂଜା ଏହାକୁ ବିରୋଧ କରିଆସୁଥିଲା । ଏହା ସହିତ ଶୁକାନ୍ତର ଦ୍ୱିତୀୟ ସ୍ତ୍ରୀ ପୂଜାର ଔରସରୁ ୨ଟି କନ୍ୟା ସନ୍ତାନ ମଧ୍ୟ ଜନ୍ମଲାଭ କରିଥିଲେ । ଅଭାବଅନଟନ ଲାଗିରହିଥିବାରୁ ପରିବାର ଚଳାଇବାପାଇଁ ସୁକାନ୍ତ ଏକ ଅଟୋ ଋଣରେ କିଣିଥିଲା ।ତେବେ ଅଟୋପାଇଁ ଦରକାର ପଡୁଥିବା ମାସିକକିସ୍ତୀପାଇଁ ପୁଜାକୁ ଚାପପକାଇ ତାଙ୍କ ଘରୁ ଟଙ୍କା ମଧ୍ୟ ଆଣୁଥିଲେ ।ଏତିକିରେ ସନ୍ତୁଷ୍ଟ ନହୋଇ ସୁକାନ୍ତ ପୁଜାକୁ ମାରଧର ସହ ଚରିତ୍ରକୁ ନେଇସନ୍ଦେହ କରି ମାରଧର ମଧ୍ୟ କରୁଥବା ପୂଜାର ବାପା ଅନ୍ତର‌୍ୟ୍ୟାମୀ କହିଛନ୍ତି ।ମାତ୍ର ଗୁରୁବାର ସଂଧ୍ୟାରେ ଋଣ ଟଙ୍କା ସୁଝିବାକୁ ନେଇ ଶୁକାନ୍ତ ଏବଂ ପୂଜା ମଧ୍ୟରେ ଝଗଡା ହୋଇଥିଲା । ଏନେଇ ପୂଜା ବାପାଙ୍କ ନିକଟକୁ ଫୋନକରି ଆସିବାକୁ କହିଥିଲେ । ତେଣୁ ବାପା ଅନ୍ତର‌୍ୟ୍ୟାମୀ ସକାଳୁ ଯାଇ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ବାପା ଆସିବାପୁର୍ବରୁ ପତ୍ନୀହନ୍ତା ସୁକାନ୍ତ ଶୁକ୍ରବାର ସକାଳୁ ପୂଜା ଗାଧୋଇବାକୁ ଯାଉଥିବା ବେଳେ ଦୁଇ ସନ୍ତାନଙ୍କ ସମୁଖରେ ରହୁଥିବା ଘରେ ପୂଜାକୁ ତଳେ ପକାଇ ଏକଧାରୁଆ ଛୁରୀରେ ତଣ୍ଟିକାଟି ହତ୍ୟା କରିଦେଇଥିଲା । ଘଟଣାସ୍ଥଳରେ ପ୍ରଚୁର ରକ୍ତଶ୍ରାବ ହେବାସହିତ ପୂଜା ମୃତ୍ୟୁବରଣ କରିଥିଲେ । ହତ୍ୟାକରିବାପରେ ସୁକାନ୍ତ ଜଟଣୀଥାନାରେ ଆତ୍ମସମର୍ପଣ କରିଥିଲା । ଏବେ ଅସହାୟ ଅବସ୍ଥାରେ ଥିବା ୧୦ ଓ ୬ବର୍ଷର ଦୁଇଟି ଶିଶୁକନ୍ୟା ଏବେ ମାଆକୁ ଝୁରୁଛନ୍ତି ।

Leave A Reply

Your email address will not be published.