୨ ଶାରୀ ନନ୍ଦନକାନନ ଆସିଲା

0 128

ବାରଙ୍ଗ,୨।୫(ଏସଏସନିଉଜ) ପୁରୀ ଡିଭିଜନ ନିମାପଡା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୁଇ ଶାରୀ ମଙ୍ଗଳବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାରୀ ଦୁଇଟିକୁ ଜଣେ ବ୍ୟକ୍ତି ନିଜ ଘରେ ରଖି ଲାଳନପାଳନ କରୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗର କର୍ମଚାରୀମାନେ ଦୁଇଟି ଶାରୀକୁ ଉଦ୍ଧାର କରିଥିଲେ।ନନ୍ଦନକାନନ କର୍ତ୍ତୁପକ୍ଷ ଶାରୀ ଦୁଇଟିକୁ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟ କ୍ବାରେଣ୍ଟାଇନ ପୃଥକୀକରଣ ଏନକ୍ଲୋଜରରେ ରଖିଛନ୍ତି ।ଏହି ଦୁଇ ଶାରୀଙ୍କ ବୟସ ପାଖାପାଖି ୫ମାସର ହେବ ଓ ସେମାନଙ୍କର ଲିଙ୍ଗଚିହ୍ନଟ ହୋଇନାହିଁ।ଏହି ଶାରୀ ଦୁଇଟି ନନ୍ଦନକାନନ ଆସିବା ପରେ ସେମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି।

Leave A Reply

Your email address will not be published.