ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ୨୪ଘଣ୍ଟାପାଇଁ ରାଜ୍ୟର ୨ ଜିଲ୍ଲା ଲାଗି ଅରେଞ୍ଜଆଲର୍ଟ ଜାରି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଲାଗି ଆଲର୍ଟ ଜାରି କରିଛି ପାଣିପାଗବିଭାଗ।ଦୁଇ ଜିଲ୍ଲାରେ ବର୍ଷା ସହ ୫୦ରୁ ୬୦ କିମି ବେଗରେ ବର୍ଷାପବନ ହେବ।ଖୋର୍ଦ୍ଧା,ପୁରୀ,ନୟାଗଡ଼,କଟକ, ଜଗତସିଂହପୁରରେ ହାଲ୍କାବର୍ଷା ହେବ।କେନ୍ଦ୍ରାପଡ଼ା,ଯାଜପୁର,ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ହାଲ୍କା ବର୍ଷା ହେବ।ଅନୁଗୋଳ,ବୌଦ୍ଧ, ସୁନ୍ଦରଗଡ଼,କନ୍ଧମାଳ,ଗଞ୍ଜାମ,ଗଜପତିରେ ହାଲ୍କାବର୍ଷା ହେବ ରାୟଗଡ଼ା, କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ହାଲ୍କା ବର୍ଷା ହେବ।ଆଗାମୀ ୫ଦିନମଧ୍ୟରେ ସର୍ବାଧିକତାପମାତ୍ରା ୨/୪ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।
