ଆଜିର ରାଶିଫଳ

ଆଜିର ରେସିପି ଆମ୍ବ ରାବିଡି

ଜୁନ୍ ମାସ ୦୩ତାରିଖ ୨୦୨୬ମସିହା (ବୁଧବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୦୯/୪୨ ଗତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୦ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୩୦/୦୭ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୪୨ଗତେ ନୈରୁତେ ,କର୍କଟ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ରାତ୍ରିଘ୦୨/୦୨ଗତେ ଏକପାଦ ପୁଷ୍କର ଦୋଷ ,କାଳବେଳା-ଦିବା ଘ୦୮/୨୫ ଗତେ ଘ୧୦/୦୩ମଧ୍ୟେ,ବାରବେଳା- ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୪ଗତେ ଘ୦୮/୨୪ମଧ୍ୟେ ଓ ଘ୦୧/୨୧ଗତେ ଘ୦୪/୨୩ ମଧ୍ୟେ ରାତ୍ରିଘ୧୦/୨୦ଗତେ ଘ୧୨/୪୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି ,ଅଦ୍ୟ ପୋଟଳ ରାତ୍ରି ଘ୦୯/୪୨ଗତେ ମୂଳାଭକ୍ଷଣ ନିଷେଧ
ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣ କଥାକୁନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ କାମ ଗୁଡିକ ଅଧାରେଅଟକିଯିବ।ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ। ଅଭାବନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡିପାରନ୍ତି।ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତିଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତହୋଇ ମରିଚିକାପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି।
ସିଂହ-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି।ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେନେତୃତ୍ୱନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।ପ୍ରତ୍ୟେକକ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗକଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟିଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହୋଇପାରେ।ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବକରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତିତ ହେବାକୁପଡିବ।ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତାମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରାଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳଭାବରେ କୌଣସି କଥାକୁ ଗ୍ରହଣ ନକରି ପରୀକ୍ଷାକରି କାମରେ ଲଗାଇଲେ ଉପକୃତହୋଇପାରିବେ।ଅଫିସରେ ବାଦବିବାଦ କ୍ରମେ ଜଟିଳହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲକରିବେ। ଜମିଜମାବ୍ୟବସାୟରେ ଉନ୍ନତିକରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।କୈାଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବନାହିଁ। ଅସମର୍ଥିତସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାରସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ଆଜିର ରେସିପି ଆମ୍ବ ରାବିଡି
ଆମ୍ବକୁ ଖାଇଖାଇ ବୋର ହୋଇଗଲେଣି ତ କିଛି ଅଲଗାଉପାୟ ଟ୍ରାଏ କରିବା ଉଚିତ। ଏହି ସପ୍ତାହରେ ଆମ୍ବର ରାବିଡି ଟ୍ରାଇ କରନ୍ତୁ। ଥରେ ଆପଣ ଏହି ରେସିପିକୁ ପ୍ରସ୍ତୁତ କରିବେ ତ ଲୋକମାନେ ଆପଣଙ୍କୁ ଏହାକୁ ବାରମ୍ବାର ବନାଇବା ପାଇଁ ଜିଦ୍ଦି ଧରିବେ। ତେବେ ଆସନ୍ତୁ ଜାଣିବା ଆମ୍ବ ରାବିଡି ବନାଇବାର ସହଜ ପ୍ରଣାଳୀ।
ସାମଗ୍ରୀ-ଏକ ଲିଟର ଫୁଲ କ୍ରୀମ କ୍ଷୀର
ଆମ୍ବ – ୩ଟି
ଚିନି – ୧୦୦ ଗ୍ରାମ
କେସର – ୧୦-୧୨
ପିସ୍ତା – ୫୦ ଗ୍ରାମ
ପ୍ରସ୍ତୁତି ପ୍ରଣାଳୀ-ଆମ୍ବର ରାବିଡି ବନାଇବା ପାଇଁ ସର୍ବପ୍ରଥମେ ଭଲ ଭାବରେ ପାଚିଥିବା ଆମ୍ବ ନିଅନ୍ତୁ।
ଆମ୍ବକୁ ଛୋଟଖଣ୍ଡରେ କାଟି ଦିଅନ୍ତୁ।
ପିସ୍ତାକୁ ଛୋଟଛୋଟ ଖଣ୍ଡରେ କାଟି ଦିଅନ୍ତୁ।
ଏବେ ଗ୍ୟାସରେ ହାଇ ଆଞ୍ଚ ଲଗାଇ କଡାରେ କ୍ଷୀର ଗରମ କରନ୍ତୁ।
କ୍ଷୀରରେ ଚିନି ଏବଂ କେସର ମିଶାନ୍ତୁ।
ଧୀମା ଆଞ୍ଚରେ କ୍ଷୀରକୁ ସେତେ ପର୍ଯ୍ୟନ୍ତ ଗରମ କରନ୍ତୁ କ୍ଷୀର ଅଳ୍ପ ହେବା ଯାଏଁ।
କ୍ଷୀରକୁ ମଝିରେ ମଝିରେ ସାମାନ୍ୟ ଚଲାନ୍ତୁ ଯାହାଦ୍ବାରା କ୍ଷୀର ତଳେ ଲାଗିବ ନାହିଁ।ଯେତେବେଳେ କ୍ଷୀର ଅଳ୍ପ ପରିମାଣରେ ରହିଯାଏ ତେବେ ଏହାକୁ ଆଞ୍ଚରୁ ବାହାରକୁ ବାହାର କରିଦିଅନ୍ତୁ ଏବଂ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ।
ଏବେ ଏଥିରେ ଆମ୍ବର ଖଣ୍ଡକୁ ଭଲଭାବେ ମିଶାନ୍ତୁ।ଏହାକୁ ଥଣ୍ଡା ହେବା ପାଇଁ ଫ୍ରୀଜରେ ରଖିଦିଅନ୍ତୁ।କିଛି ସମୟ ପରେ ଡିନରରେ ଆମ୍ବ ରାବିଡିକୁ ସାମିଲ କରନ୍ତୁ।ାଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟ।।ା

- Advertisement -

Leave A Reply

Your email address will not be published.