ବାରଙ୍ଗ ଥାନାରେ ଏଚଆରପିସି ଟିମ୍

ପରିବାରକୁ ଭେଟିଲେ କଂଗ୍ରେସ ସଭା ପତି

କଟକ,୨।୬(ଏସଏସନିଉଜ) ମଙ୍ଗଳ ବାରଦିନ ଜାତୀୟ ମାନବାଧିକାର କମିଶନଙ୍କ ତିନିଜଣିଆ ଦଳ
ବାରଙ୍ଗ ଥାନାକୁ ଆସି ଯାଞ୍ଚ କରି ଫେରିଛନ୍ତି। ଏଚଆରପିସି ଆଡ଼ିସନାଲ ଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩ଜଣିଆ ଦଳ ଘଟଣାଦିନର ବାରଙ୍ଗ ଥାନାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କାଗଜପତ୍ର ମାଗିଛନ୍ତି।ଏସସିବି ମେଡ଼ିକାଲକୁ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି।ତେବେ ରାକେଶ ଭଲ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ବୋଲି ଆସିଥିବା ଦଳ ସୂଚନା ଦେଇଛନ୍ତି।ଏହାସହ ସଦର ଥାନାକୁ ମଧ୍ୟ ଏହି ଟିମ୍ ଯାଇ ଦୁର୍ଘଟଣା ଘଟଣା ଉପରେ ତଦନ୍ତ କରୁଥିବା ଆଈଓ ସହ କଥା ହୋଇ ଫେରିଥିବାର ଜଣାପଡିଛି।
ଅନ୍ୟପଟେ ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପୋଲିସ ମିଛ କହୁଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ଆହତ ରାକେଶ ବେହେରାଙ୍କ ଶାଶୁ ।ଜ୍ୱାଇଁର କୈଣସି ଦୁର୍ଘଟଣା ହୋଇନାହିଁ, ସେ ଥାନାରେ ଥିଲା।ବାଇକ୍‌ରେ ଗଲା କେମିତି, ଦୁର୍ଘଟଣା ଘଟିଲା କେମିତି ବୋଲି ଓଲଟା ପ୍ରଶ୍ନ ଉଠାଇଛନ୍ତି।ପ୍ରଥମରୁ କହିଥିଲି ମୃତଦେହ ମୋ ଝିଅର ନୁହେଁ। ଡିଏନ୍‌ଏ ଟେଷ୍ଟ ହେଉ।ଜ୍ୱାଇଁକୁ ଥାନାରେ ମାଡ଼ ମାରିଲେ, ଏବେ କହୁଛନ୍ତି ଦୁର୍ଘଟଣା ହୋଇଛି।ଏହା ପୂରା ମିଛ କଥା ବୋଲି ଶାଶୁ ମିନତି ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି।

ଚଣ୍ଡୀ ପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ପୋଲିସର ଥାର୍ଡଡିଗ୍ରୀ ଘଟଣାକୁ ନେଇ ମଙ୍ଗଳବାର ପିସିସି ସଭାପତି ଭକ୍ତଦାସ କଟକ ମେଡିକାଲ୍ ରେ ରାକେଶର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଥିଲେ । ପରେ ରାତିରେ ରାକେଶଙ୍କ ଘର ଚଣ୍ଡିପ୍ରସାଦ୍ ଗ୍ରାମକୁ ଯାଇ ତାଙ୍କ ମାଆ,ଭଉଣୀ ଗ୍ରାମବାସୀଙ୍କଠାରୁ ସମସ୍ତ ଘଟଣା ବୁଝିଥିଲେ। ପରିବାରଠାରୁ ସମସ୍ତ ଘଟଣା ଶୁଣି ପୋଲିସ ପ୍ରଶାସନ ର ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଦୃଢ ନିନ୍ଦା କରିଥିଲେ । ପୋଲିସ ଉପଯୁକ୍ତ ତଦନ୍ତ ନକରି ଜଣେ ନିରୀହ ପିଲାକୁ ଏଭଳି ଦଣ୍ଡ ଦେବା ଦୁର୍ଭାଗ୍ୟ ଜନକ,ପୋଲିସ ଗୁଣ୍ଡା ରାଜକରୁଛି , ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ରାକେଶର ପତ୍ନୀ ଜୀବିତ କିନ୍ତୁ କାଠଯୋଡ଼ିରୁ ଉଦ୍ଧାର ହୋଇଥିବା ଅଜଣା ମହିଳାଙ୍କ ଶବ କାହାର,ପୋଲିସ କାହିଁକି ଚୁପ୍ ହୋଇ ବସିଛି ? ଏଥିରେ ରହସ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ରାକେଶକୁ ଉପଯୁକ୍ତ ନ୍ୟାୟନ ମିଲେଲେ ଦଳ ତରଫରୁ ଥାନା ଘେରାଉ କରାଯିବ ବୋଲି ସରକାର ଓ ପୋଲିସ ପ୍ରଶାସନକୁ ଚେତାବନୀ ଦେଇଥିଲେ । ତେବେ ଦଳ ପକ୍ଷରୁ ତାଙ୍କ ମାଆଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା ।ଅନ୍ୟମାନକ ମଧ୍ୟରେ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ,ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.