ତିନି ବ୍ରିଜର ଶୁଭଦେଲେ ଉତ୍ତର ବିଧାୟକ

0 651

ବାରଙ୍ଗ,୧୬/୧୨(ଏସଏସନିୟୁଜ) ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ବୁଧବାର କଲ୍ୟଣପୁର ଗ୍ରାମପଞ୍ଚାୟତ ଗସ୍ତକରିଛନ୍ତି।ଏହି ଗସ୍ତରେ ସେ ତିନୋଟି ନୂତନ ବ୍ରିଜ୍ ର ଶୁଭ ଦେଇଛନ୍ତି।ଲିଙ୍ଗିପୁର ଡିଷ୍ଟ୍ରିବ୍ୟୁଟରୀ କେନାଲର ଖଇରାପଡ଼ା,ମହାଜନ ସାହି ଓ କଲ୍ୟଣପୂର ଗ୍ରାମ ଠାରେ ତିନୋଟି ସ୍ଥାନରେ ନୂତନ ବ୍ରିଜ ନିର୍ମାଣ ପାଇଁ ବିଧାୟକ ଶୁଭ ଦେଇଛନ୍ତି।ନିର୍ମାଣ ହେବାକୁ ଥିବା ନୂତନ ବ୍ରିଜ ଗୁଡ଼ିକର ଅଟକଳ ମୂଲ୍ୟ ଯଥାକ୍ରମେ ୨୫ ଲକ୍ଷ୍,୩୩ ଲକ୍ଷ୍ ଓ ୨୨ ଲକ୍ଷ୍। ଖଇରାପଡ଼ା ବ୍ରିଜ ର ଲମ୍ବ ୮ ମିଟର ଓ ଚଉଡା ୬ ମିଟର ହେବାକୁ ଥିବାବେଳେ,ମହାଜନ ସାହି ବ୍ରିଜ ର ଲମ୍ବ ୮ ମିଟର ଓ ଚଉଡା ୫ ମିଟର ରହିଛି।ସେହିପରି କଲ୍ୟାଣପୁର ବ୍ରିଜ ର ଲମ୍ବ ୧୦ ମିଟର ଓ ଚଉଡା ୬ ମିଟର ଧାର୍ଯ୍ୟ ହୋଇଛି।ଏହି ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭକରି ୩ ମାସ ମଧ୍ୟରେ ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସମାଜସେବୀ ଓ ଦଳୀୟ କର୍ମକର୍ତ୍ତା ଓ ଜଳସେଚନ ବିଭାଗର ଏସ ଡି ଓ ଅନନ୍ତ ଗୋପାଳ ପଟ୍ଟନାୟକ ଙ୍କ ସମେତ ଜଳସେଚନ ବିଭାଗର ଅଧିକାରୀମାନେ  ଉପସ୍ଥିତ ଥିଲେ।(ବାରଙ୍ଗରୁ ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.