୩୦ରେ ଦଶମ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା

0 180

ଭୁବନେଶ୍ୱର,୧/୭(ଏସଏସନିୟୁଜ) କରୋନା କାରଣରୁ ମେଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିବା ବେଳେ ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଶ କରାଯାଇଥିଲା । କିନ୍ତୁ ଫଳାଫଳ ନେଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହାକୁ ଦୃଷ୍ଟିରେ ରଖି ଦଶମ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୩୦ ତାରିଖ ଘୋଷଣା କରିଛନ୍ତି ସରକାର । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଏହି ପରୀକ୍ଷା ଆସନ୍ତା ଜୁଲାଇ ୩୦ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । କେବଳ ଗଣିତ ପରୀକ୍ଷାରେ ଅତିରିକ୍ତ ୧୫ ମିନିଟ୍ ସମୟ ପ୍ରଦାନ କରାଯିବ । ପରୀକ୍ଷା ପାଇଁ ଆସନ୍ତା ଜୁଲାଇ ୫ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ । ୫-୧୪ ମଧ୍ୟରେ ଫର୍ମ ଫିଲପ୍ କରି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.