୩୧ ଯାଏଁ ସ୍କୁଲ ବନ୍ଦ ,ହେଲେ ଚାଲୁ ରହିବ ପରିକ୍ଷା

0 289

ଭୁବନେଶ୍ୱର :୧୩/୩(ଏସ୍ଏସ୍ଏନ୍) ବିଶ୍ୱବ୍ୟାପି ମହାମାରୀ ରୂପ ଧାରଣ କରିଥିବା କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ,ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।  ଆଜି  ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ  ହୋଇଛି।ଖାଲି ଏତିକି ନୁହେଁ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହକୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି। କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି।ତାସହିତ ବାହାଘର, ଧର୍ମୀୟ କାର୍ଯ୍ୟକ୍ରମ, ସଭାସମିତିକୁ ନିୟନ୍ତ୍ରଣ କରାଯିବ ଓ ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରଣ କରିବେ ବୋଲି ସୁଚନା ମିଳିଛି ।
ଏହାସହ ଆବଶ୍ୟକ ଔଷଧ, ସରଞ୍ଜାମ ଆଦି ମହଜୁଦ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 

Leave A Reply

Your email address will not be published.