ନନ୍ଦନକାନନର ବିଚିତ୍ର ନିତୀ-ବନପାଳଙ୍କୁ ଟେକିଦେଲେ ରାଜସ୍ୱ ଓ ଜନ୍ତୁବିଭାଗ ଦୟୀତ୍ବ

0 489

ବାରଙ୍ଗ,୯/୩(ଏସଏସନିୟୁଜ)ରାଜ୍ୟର ସର୍ବବୃହତ ତଥା ଦେଶର ଦିତୀୟବୃହତ ଚିଡିଆଖାନା ହେଉଛି ନନ୍ଦନକାନନ । ଗତକିଛିଦିନ ହେବ ନନ୍ଦନକାନନ କର୍ତୁପକ୍ଷ ଏକ ବିଚିତ୍ର ନିତୀ କୁ ଆପଣେଇଥିବାର ଦେଖିବାକୁ ମିଳିଛି ।ରାଜସ୍ୱ ଓ ଜନ୍ତୁବିଭାଗ ଭଳି ଦୁଇଟି ଗୁରୁତ୍ୱପୁର୍ଣ ବିଭାଗର ଗୁରୁଦାୟିତ୍ୱ ଦୁଇଜଣ ବନପାଳଙ୍କ ହାତକୁ ଟେକିଦେଇ ଇତିହାସ ରଚିଛନ୍ତି ।ଏହିଘଟଣା ପରେ ନନ୍ଦନକାନନ ପ୍ରତି ରାଜ୍ୟ ସରକାରଙ୍କର କେତେ ପରିମାଣର ଆନ୍ତରିକତା ରହିଚି ତାହା ଜଣାପଡୁଛି । ରାଜ୍ୟସରକାରଙ୍କର ଶୁଭଦୃଷ୍ଟି ନରହିବାରୁ ଏଠାରେ ପରିଚାଳନା ଗତ ତୃଟି ଦେଖାଦେଇଛି । ଏହାସହ ନନ୍ଦନକାନନ ଉଚ୍ଚ ପଦାଧିକାରୀଙ୍କର କେତେ ପରିମାଣର ଭଲପାଇବା ଲୁଚିରହିଛି ତାହା ମଧ୍ୟ ଜଳଜଳ ହୋଇ ଜଣାପଡୁଛି । ୫ଟିରେ ନନ୍ଦନକାନନ ସାମିଲ ହେବା ପରେ ଯଦି ଏହିଭଳି ସ୍ଥିତି ଲାଗି ରହେ ଆଗକୁ ନନ୍ଦନକାନନର ସ୍ଥିତି ପାଇଁ କାହାକୁ ଦାୟୀ କରାଯିବ ତାହାକୁ ନେଇ କର୍ମଚାରୀମାନେ ଦ୍ୱନ୍ଦରେ ରହିଛନ୍ତି ।ଯଦି ଏତେ ବଡ ଚିଡିଆଖାନାକୁ ବନପାଳମାନେ ନିୟନ୍ତ୍ରଣ କରିବେ ତେବେ ରେଞର ଓ ଏସିଏଫମାନଙ୍କୁ ସରକାର ମୋଟାଅଙ୍କର ଦରମା ଦେଇ ନନ୍ଦନକାନନରେ କାହିଁକି ନିଯୁକ୍ତି ଦେଉଛନ୍ତି ,ଏହାର ଉତର କର୍ମଚାରୀମାନେ ଖୋଜିବା ଆରମ୍ଭ କରିଛନ୍ତି ।
ପ୍ରକାସ ଯେ,ଜନ୍ତୁବିଭାଗ ଭଳି ଗୁରୁତ୍ୱପୁର୍ଣ ଦାୟିତ୍ୱରେ ରେଞର ସୁଦୀପ୍ତକୁମାର ପଣ୍ଡା ଯୋଗଦେଲେ । ପ୍ରଥମକରି ରେଞର ଚାକିରି ଜୀବନ ଏଠାରେ ଆରମ୍ଭ କରିଛନ୍ତି ।ଯିଏକି ନିଜ ବିଭାଗକୁ ଭଲଭାବରେ ପରଖି ନଥିବା ବେଳେ ତାଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦୟିତ୍ୱ କୁ ନନ୍ଦନକାନନ କର୍ତୁପକ୍ଷ ଟେକିଦେଇଥିଲେ ।ସେ ଏବେ ବିବାହ ପାଇଁ ଛୁଟିରେ ଯାଇଥିବାରୁ ବନପାଳ ଗୁଲାମ ଫକିରରୁଦ୍ଦିନ ଖାନ୍‌କୁ ରାଜସ୍ୱ ବିଭାଗ ଓ ଚୁକ୍ତିଭିତିକ ବନପାଳ ଅରୁପ କୁମାର ରାଉତଙ୍କୁ ଜନ୍ତୁବଭାଗ ଓ ଦାୟିତ୍ୱ ଦେଇଛନ୍ତି ।ସେହିଭଳିଭାବେ ବରିଷ୍ଠ ରେଞର ରଞନକୁମାର ମହାନ୍ତି ତାଙ୍କର ମୁଳ ବିଭାଗ ଗନ୍ତାଘର ସହ ଅତିରିକ୍ତ ସ୍ୱତନ୍ତ୍ର ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି । ଅଉ ଜଣେ ବରିଷ୍ଠ ରେଞର ମନୋରଞନ ପଟ୍ଟନାୟକ କେବଳ ସୁରକ୍ଷା ବିଭାଗକୁ ଜାବୁଡି ଧରି ବସିଛନ୍ତି । ଅଭୟାରଣ୍ୟ ପରିଚାଳନା ଦାୟିତ୍ୱରେଏସିଏଫ ଅଞନକୁମାରମହାନ୍ତିଙ୍କର ଚାକିରି ସରିଯିବାପରେ ତାଙ୍କର ପଦବୀ ଏବେ ଖାଲି ପଡିଛି ।ନନ୍ଦନକାନନରେ ଦୁଇଟି ରେଞର ପଦବୀ ସହ ଗୋଟିଏ ଏସିଏଫ ପଦବୀ ଖାଲି ରହିଛି ।ସେହିଭଳିଭାବେ ବଟାନିକାର୍ଲଗାର୍ଡେନରେ ନୁଆକରି ରେଞର ଚାକିରିପାଇଁ ନିଯୁକ୍ତପାଇଥିବା ଶୁଭଶ୍ରୀଦାଶ ଏବେ ପିଏଚଡି କରିବାପାଇଁ ଛୁଟିରେ ଯାଇଛନ୍ତି ।ତାଙ୍କ ଦାୟିତ୍ୱ ଆଗରୁ ଥିବା ସହକାରୀ ରେଞର କମଳପଟ୍ଟନାୟକ ସମ୍ଭାଳୁଛନ୍ତି ।ସେଠାରେ ମଧ୍ୟ ଗୋଟିଏ ରେଞର ପଦବୀ ବହୁ ଆଗରୁ ଖାଲି ରହିଛି ।ରେଞର ମନୋରଞନ ପଟ୍ଟନାୟକ ଦୁର୍ଘଟଣା ଯୋଗୁ କାର୍ଯ୍ୟାଳୟକୁ ଆସୁନାହାନ୍ତି ।ଫଳରେ ଏକମାତ୍ର ରେଞର ରଞନକୁମାର ମହାନ୍ତି କୁ ନନ୍ଦନକାନନରେ ଦେଖିବାକୁ ମିଳିଥିବାବେଳେ ଏସିଏଫ ଅମୁଲ୍ୟକୁମାର ପରିଡାଙ୍କ ଦାୟିତ୍ୱ ବଢିଯାଇଛି ।ତେବେ ନନ୍ଦନକାନନର ପରିଚାଳନା ସାଙ୍ଗକୁ ସମ୍ମାନ ର ଉତରଦାୟୀ ସାଜିଛନ୍ତି ଏସିଏଫ ଅମୁଲ୍ୟକୁମାର ପରିଡା ।ତେବେ ଏହି ବିଚିତ୍ର ନିତୀକୁ ଦେଖିଲେ ନନ୍ଦନକାନନ କର୍ତୁପକ୍ଷ ଚିଡିଆଖାନାର କେଉଁଭଳି ବିକାଶପାଇଁଁ ଚିନ୍ତା କରୁଛନ୍ତି ତାହା ସହଜରେ ଜଣାପଡୁଛି ।

Leave A Reply

Your email address will not be published.