୩୬ ଦିନରେ ପୀଡିତାଙ୍କୁ ନ୍ୟାୟ, ଚର୍ଚ୍ଚାରେ ସମିତା ମିଶ୍ର

ଅଭିନନ୍ଦନ ଜଣାଇଲେ ସିପି ଆଉ ଡିସିପି

 

ଭୁବନେଶ୍ୱର,୯।୧୦(ଏସଏସନିଉଜ)୩୬ ଦିନରେ ପୀଡିତାଙ୍କୁ ନ୍ୟାୟ ଦେଇ ଚର୍ଚ୍ଚାରେ ସମିତା ମିଶ୍ର । ଏ ହେଉଛନ୍ତି ସେହି ସମିତା ମିଶ୍ର ଯାହାଙ୍କୁ ବର୍ଦିରେ ଦେଖିଲେ ମାଫିଆ ଥର ଥର ହୁଅନ୍ତି । ଆଉ ତାଙ୍କ ନାଁ ଶୁଣିଲେ ଭୟରେ ଲୁଚନ୍ତି ମାଫିଆ । ହଁ ଆଜ୍ଞା ସେ ହେଉଛନ୍ତି ଚନ୍ଦକା ଥାନାର ଦବଙ୍ଗ ଲେଡି ପୋଲିସ ଅଫିସର ଇନ୍ସପେକ୍ଟର ସମିତା ମିଶ୍ର । ଏବେ ସେ ଚର୍ଚ୍ଚାରେ ଅଛନ୍ତି । ସବୁଠୁ ଶୁଭେଛାର ସୁଅ ଛୁଟିଛି । ଶୁଭେଛା ର ସୁଅ ଛୁଟିବନି ବା କେମିତି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୁକ୍ତକୁ ଦେଢ଼ ମାସ ନପୁରୁଣୁ ସେ ସମସ୍ତ ତଥ୍ୟ ସହ କେସଟିକୁ ତଦାରଖ କରି କୋର୍ଟରେ ଦାଖଲ କରିବା ପରେ ଅଭିଯୁକ୍ତକୁ ସଜା ମିଳିଛି । ଯାହା ରାଜ୍ୟରେ ପ୍ରଥମ ଦୁଷ୍କର୍ମ କେସ ଯାହା ଖୁବ୍ କମ୍ ଦିନରେ ଅଭିଯୁକ୍ତ କୁ ସଜା ହୋଇଛି।
ସୂଚନା ମୁତାବକ ଗତ ଅଗଷ୍ଟ ମାସ ୩୧ ତାରିଖରେ ଭରତପୁର ଗାଁର ମୁନା ବେହେରା ନାମକ (୩୦) ଯୁବକ ଚନ୍ଦକା ଅଂଚଳରେ ଥିବା ତାଙ୍କ ବନ୍ଧୁ ଘରକୁ ବୁଲିବାକୁ  ଆସିଥିଲା l ସେଠାରେ ରାତି ସମୟରେ ଖୁଦୁରୁକୁଣୀ ପୂଜା ହେଉଥିଲା l ପୂଜା ପାଖରେ ଏକ ନାବାଳିକା ଝିଅଟିକୁ ଏକୁଟିଆ ଦେଖି ସେ ଝିଅଟିକୁ ଡାକି ନେଇଥିଲା l ପିଲାଟି କିଛି ବୁଝିବା ପୂର୍ବରୁ ସେ ଝିଅଟିକୁ ନିଛାଟିଆ ଜାଗାକୁ ନେଇ ବଳକ୍ଳାର କରି ପଳାଇ ଯାଇଥିଲା l ଏନେଇ ଝିଅର ବାପା ସେପ୍ଟେମ୍ବର ୨ ତରିଖରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ l ଚନ୍ଦକା ଥାନା ଅଧିକାରିଣୀ ସମୀତା ମିଶ୍ର କାଳ ବିଳମ୍ବ ନକରି ଏହି ଅଭିଯୋଗକୁ ଗୁରୁତ୍ଵ ସହକାରେ ନେଇ ଅଭିଯୋଗର ୨୪ ଘଣ୍ଟା ନପୁରୁନୁ ଅଭିଯୁକ୍ତ ମୁନା କୁ ଭରତପୁର ଅଂଚଳରୁ ଗିରଫ କରି ୩୪୭/୨୫ କେଶ୍ ରୁଜୁ କରି କୋର୍ଟ ଚାଲାଣ କରିଥିଲେ । କୋର୍ଟଙ୍କ ନିର୍ଦେଶ କ୍ରମେ ମୁନା ବେହେରାଙ୍କୁ ଗୁରୁବାର ଦିନ ସଜା ହୋଇଛି। ଅଭିଯୁକ୍ତ ମୁନାକୁ ୨୦ ବର୍ଷ ସଜା ସହିତ ୫୦ ହଜାର ଟଙ୍କା ଜୋରିମାନା ହୋଇଛି l ଏହି ମାମଲାରେ ସମସ୍ତ ତଥ୍ୟ ସହ କେସ ଟିକୁ ତଦାରଖ କରିଥିବା ଚନ୍ଦକା ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ ସିପି ସୁରେଶ ଦେବଦତ୍ତ ସିଂ,ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ସହ ଏସିପି ତଥା ଆଇପିଏସ ଅଫିସର ସୋନାଲି ପରମାର ଆଦି ଅଭିନନ୍ଦନ ସହ କୃତଜ୍ଞତା ଦେଇଛନ୍ତି l ଅନ୍ୟପଟେ ଆମେ ଦେଖିଛେ ପୋଲିସ ବାବୁମାନେ ଅନେକ ସମୟରେ ନିଜ ଦାୟିତ୍ଵକୁ ଠିକ୍ ରେ କରିପାରୁନାହାନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି । ହେଲେ ସମିତା ମିଶ୍ରଙ୍କ ଭଳି ଏମିତି ଜଣେ ପୋଲିସ ଅଫିସର ଯିଏ କି ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରିଦେଇଛନ୍ତି । ସତରେ ଏମିତି ପୋଲିସ ଅଫିସର ଥିଲେ ନିଶ୍ଚୟ ସୁରକ୍ଷିତ ରହିବେ ଲୋକେ। (ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.